ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

ପ୍ରଦୀପ ପାଣିଗ୍ରାହୀ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି।

ଗୁରୁବାରଦିନ ଝାରପଡ଼ା ଜେଲ୍‌ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୋଭିଡ୍ ଆକ୍ରାନ୍ତ ସମସ୍ତ କଏଦୀଙ୍କୁ ଆଇସୋଲେସନ୍‌ କରି ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଥିଲେ।

Share Now:

Kalinga News Beuro

Next Post

କରୋନା ପରେ ବ୍ଲାକଫଙ୍ଗସ : ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର

Fri May 21 , 2021
ଔଷଧ ଉତ୍ପାଦନ ପାଇଁ ଆଉ ୫ଟି କମ୍ପାନୀକୁ ଦେଲେ ଅନୁମତି ନୂଆଦିଲ୍ଲୀ: ଦେଶରେ ବ୍ଲାକଫଙ୍ଗସ ବଢୁଥିବାବେଳେ ଏହା ସହ ଜଡିତ ଔଷଧର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ଦେଶରେ ବଢୁଥିବା ବ୍ଲାକଫଙ୍ଗସ(ମୁକର୍ମାଇକୋସିସ୍) ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଆହୁରି ୫ଟି ନୂତନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କମ୍ପାନୀ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ […]
କରୋନା ପରେ ବ୍ଲାକଫଙ୍ଗସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial