ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ କରୋନା ସଂକ୍ରମିତ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୬୪ଜଣ

ଗତ ୨୪ ଘଣ୍ଟାରେ ୬୧୬୪ଜଣ କରୋନା

ଭୁବନେଶ୍ୱର: ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ୬ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୧୬୪ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୩୩୭୫ଟି ହୋଇଥିବାବେଳେ ୨୫୮୯ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୪୮ ଚିହ୍ନଟ ହୋଇଛନ୍ତି। ସେହିପରି କେଉଁଝରରୁ ୨୦୫, କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ୱଲପୁରରୁ ୨୨୯, ସୋନପୁରରୁ ୯୦, ସୁନ୍ଦରଗଡ଼ରୁ ୪୨୭ ଓ ଷ୍ଟେଟପୁଲରୁ ୨୪୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୮୮୪୭୯ ହୋଇଥିବା ବେଳେ ୩୫୧୩୮୬ ଜଣ ସୁସ୍ଥ ହୋଇଛନ୍ତି। ଏଣେ ଏବେ ୩୫୦୭୫ଟି ସକ୍ରିୟ ମାମଲା ରହିଛି।

Share Now:

Kalinga News Beuro

Next Post

ହସ୍ପିଟାଲ୍‌ରେ ଶବ ଅଦଳ ବଦଳ: ଚିତାରେ ନସିର୍‌, କବରସ୍ତାନରେ ରାମପ୍ରସାଦ

Thu Apr 22 , 2021
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁରଦାବାଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ମୃତ୍ୟୁ ଘଟିଥିବା ଭିନ୍ନ ସମ୍ପ୍ରଦାୟର ଦୁଇଟି ଶବ ଅଦଳ ବଦଳ ହୋଇଯିବା ପରେ ଏହାକୁ ନେଇଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିଙ୍କ ଶବକୁ କବର ଦିଆଯିବା ଏବଂ ଅନ୍ୟଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶବକୁ ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଘଟଣା ଜଣାପଡ଼ିଥିଲା। ଏହାକୁ ନେଇ ମାମଲା ଉଗ୍ର ରୂପ ନେବା ପୂର୍ବରୁ ପୁଲିସ ହସ୍ତକ୍ଷେପ […]
ହସ୍ପିଟାଲ୍‌ରେ ଶବ ଅଦଳ ବଦଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial