କାଁପଡା ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ପ୍ରବାସୀ ଓଡ଼ିଆଙ୍କ ଆମରଣ ଅନଶନ

ପ୍ରବାସୀ ଓଡ଼ିଆଙ୍କ ଆମରଣ ଅନଶନ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପଂଚାୟତ କାର୍ଯ୍ୟାଳୟ ସମୁଖରେ ମଙ୍ଗଳବାର ପଞ୍ଚାୟତର ବହୁ ପ୍ରବାସୀ ଓଡ଼ିଆ ଆମରଣ ଅନଶନ କରିଥିଲେ। ସଙ୍ଗରୋଧ କେନ୍ଦ୍ରରେ ମିଳୁଥିବା ସହାୟତା ରାଶି ୨୦୦୦ଟଙ୍କା ନ ପାଇବାରୁ ସେମାନେ ଆମରଣ ଅନଶନରେ ବସିଥିଲେ। ଯେପର୍ଯ୍ୟନ୍ତ ସେମାନେ ସହାୟତା ରାଶି ନ ପାଇଛନ୍ତି ,ଆମରଣ ଅନଶନରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆମରଣ ଅନଶନରେ ପଞ୍ଚାୟତର ପ୍ରସନ୍ନ ଦାସ ,ଦିଲୀପ ଦାସ ,ସୁଦାମ ମଲିକ, ସଂଗ୍ରାମ ଦାସ ,ଦିଲୁ ଦାସ ,ପରମେଶ୍ବର ମଲିକ ,ବିଶ୍ୱନାଥ ଦାସ, ପୂର୍ଣ୍ଣଚନ୍ଦ୍ର ମଲିକ ,ଜୟନ୍ତ ମଲିକ , ଦୀନବନ୍ଧୁ ମଲିକ , ବାସୁଦେବ ଦାସ , ବାପି ମଲିକ ,ଦାମୋଦର ମଲିକ , ସୁଲୋଚନା ମଲିକ ,ସଞ୍ଜୟ ମଲିକ , ପ୍ରମୁଖ ବହୁ ପ୍ରବାସୀ ଓଡିଆମାନେ ବସିଥିଲେ। ପ୍ରବଳ ବର୍ଷା ଓ ଘଡଘଡି ସତ୍ତ୍ୱେ ମଧ୍ୟ ଅନଶନକାରୀ ମାନେ ଅନଶନସ୍ଥଳୀରୁ ଉଠିନଥିଲେ। ପ୍ରକାଶ ଯେ କାଁପଡା ପଂଚାୟତର ପ୍ରବାସୀ ଓଡିଆମାନେ ବାହାର ରାଜ୍ୟରୁ ନିଜ ଗ୍ରାମକୁ କୋଭିଡ-୧୯ ପାଇଁ ଫେରିଲେ। ସରକାରଙ୍କ ନିୟମ ମାନି ସଙ୍ଗରୋଧ କେନ୍ଦ୍ରରେ ରହିଲେ। ସରକାର ଘୋଷଣା କରିଥିଲେ ଯେ, ବାହାର ରାଜ୍ୟରୁ ଯେଉଁ ପ୍ରବାସୀ ଓଡ଼ିଆ ଆସି ସଙ୍ଗରୋଧ କେନ୍ଦ୍ରରେ ରହିବେ ସେମାନଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯିବ। ପ୍ରବାସୀ ଓଡିଆମାନେ ସରକାରଙ୍କ ପରିବାରର ଜଣେ ଜଣେ ସଦସ୍ୟ। ସମସ୍ତେ କୋଭିଡ-୧୯ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ପ୍ରବାସୀ ଓଡିଆମାନେ ସମସ୍ତ ନିୟମ ମାନି ଚଳିଥିଲେ। ମାତ୍ର ଅଦ୍ୟାବଧି ସେମାନଙ୍କୁ ୨୦୦୦ ଟଙ୍କା ମଳିପାରିଲା ନାହିଁ । ଏଥିରେ କାଁପଡା ପଞ୍ଚାୟତର ପ୍ରବାସୀ ଓଡିଆମାନେ ଅସନ୍ତୋଷ ପ୍ରକାଶ କରି ଆମରଣ ଅନଶନ କରିବାକୁ ନିଷ୍ପତି ନେଇଥିଲେ। ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳ ,ବିଡ଼ିଓ ,ଆରକ୍ଷୀ ଅଧିକ୍ଷକ , ସି ଡ଼ି ଏମ ଓ , ଥାନା ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ।

Share Now:

Kalinga News Beuro

Next Post

ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

Wed Sep 9 , 2020
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ୨ଜଣ କରୋନା ଯୋଦ୍ଧାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅଗ୍ନିଶମ ସେବାକେନ୍ଦ୍ର ଦୁଇ କର୍ମଚାରୀ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇ କରୋନା ଆକ୍ରାନ୍ତ ହୋଇଥିଲେ।ସେମାନେ ଚିକିତ୍ସିତ ହେବାପରେ କାର୍ଯ୍ୟାଳୟକୁ ଫେରିଥିଲେ। ସେହି ଦୁଇ କରୋନା ଯୋଦ୍ଧାଙ୍କୁ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଆଲୋକ ଦେବଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମହାମାରୀ କରୋନାକୁ ହରାଇ […]
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial