ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ୨ଜଣ କରୋନା ଯୋଦ୍ଧାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅଗ୍ନିଶମ ସେବାକେନ୍ଦ୍ର ଦୁଇ କର୍ମଚାରୀ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇ କରୋନା ଆକ୍ରାନ୍ତ ହୋଇଥିଲେ।ସେମାନେ ଚିକିତ୍ସିତ ହେବାପରେ କାର୍ଯ୍ୟାଳୟକୁ ଫେରିଥିଲେ। ସେହି ଦୁଇ କରୋନା ଯୋଦ୍ଧାଙ୍କୁ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଆଲୋକ ଦେବଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମହାମାରୀ କରୋନାକୁ ହରାଇ ଫେରିଥିବା ଏହି ୨ଜଣ କରୋନା ଯୋଦ୍ଧା ଆଗାମୀ ଦିନରେ ପ୍ଳାଜ଼ମା ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି।ସେଥିପାଇଁ ବିଭାଗ ପକ୍ଷରୁ ଆଲୋକ ଦେବଗୋସ୍ୱାମୀ ଓ ଅନ୍ୟ କର୍ମଚାରୀମାନେ ଦୁଇ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share Now:

Kalinga News Beuro

Next Post

ଏନକାଉଣ୍ଟରରେ ୪ମାଓବାଦୀ ନିହତ: ଜଣେ ଏସଓଜି ଯବାନ ଆହତ

Wed Sep 9 , 2020
ତୁମୁଡିବନ୍ଧ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ଜଣ ମାଓବାଦୀ […]
କନ୍ଧମାଳରେ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial