କରୋନାକୁ ଆୟତ୍ତ କରିବାକୁ ବେଦର ଶରଣ ପଶିଲେ ସର୍ବ ଶକ୍ତିମାନ ରାଷ୍ଟ୍ରପତି ଟ୍ରମ୍ପ: ହ୍ଵାଇଟ ହାଉସରେ ସଂସ୍କୃତରେ ଆବୃତ୍ତି କରାଗଲା ‘ଯଜୁର୍ବେଦ’…

ଓ୍ଵାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବିଶ୍ୱର ସର୍ବ ଶକ୍ତିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ଦେଶରେ କରୋନାକୁ ଆୟତ୍ତ କରିବା ପାଇଁ ଆଜି ବେଦର ଶରଣାପନ୍ନ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ଜର୍ସିରେ ଥିବା ସ୍ୱାମୀନାରାୟଣ ମନ୍ଦିରର ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟଙ୍କୁ ହ୍ଵାଇଟ ହାଉସକୁ ନିମନ୍ତ୍ରଣ କରିଥିଲେ ଏବଂ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯ ତାଣ୍ଡବ ରଚି ଚାଲି ଥିବାବେଳେ ତାକୁ ଆୟତ୍ତାଧୀନ କରିବା ଉଦ୍ଦେଶ୍ୟରେ ହ୍ଵାଇଟ ହାଉସ୍‌ରେ ବେଦପାଠ କରିବାକୁ ଅନୁରୋଧ କରିଥିଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣ ଓ ଅନୁରୋଧ ରକ୍ଷାକରି ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟ ହ୍ଵାଇଟ୍‌ ହାଉସ୍‌ ପରିସରରେ ଥିବା ରୋଜ୍‌ ଗାର୍ଡେନ୍‌ରେ ‘ଜଜୁର୍ବେଦ’ରୁ ଶାନ୍ତିପାଠ ଅଧ୍ୟାୟକୁ ସଂସ୍କୃତରେ ପାଠ କରିଥିଲେ। ଉଲ୍ଲେଖଯୋଗ୍ୟ, ‘ଜଜୁର୍ବେଦ’ରେ ଥିବା ଶାନ୍ତିପାଠ ହେଉଛି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଓ ଶକ୍ତଶାଳୀ ହିନ୍ଦୁ ପ୍ରାର୍ଥନା ଯାହାକୁ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ପାଠ କରା ଯାଇଥାଏ। ଅନ୍ତରୀକ୍ଷ ଠାରୁ ଆରମ୍ଭ କରି ସ୍ଥଳ ଓ ଜଳ ସର୍ବତ୍ର ଶାନ୍ତି ପ୍ରତିଷ୍ଠା ‘ଜଜୁର୍ବେଦ’ରେ ଥିବା ଶାନ୍ତିପାଠ ମଧ୍ୟରେ ନିହିତ ରହିଥାଏ। ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟ ହ୍ଵାଇଟ୍‌ ହାଉସ୍‌ ପରିସରରେ ଥିବା ରୋଜ୍‌ ଗାର୍ଡେନ୍‌ରେ ‘ଜଜୁର୍ବେଦ’ରୁ ଶାନ୍ତିପାଠ ଅଧ୍ୟାୟକୁ ସଂସ୍କୃତରେ ପଢ଼ିବା ସହ ଏହାର ଇଂରାଜୀ ଅନୁବାଦ କରି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବୁଝାଇଥିଲେ ଏବଂ କରୋନା ଜନିତ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ସୁଧୁରୁନାହାନ୍ତି ରାଜଧାନୀବାସୀ:ସାମାଜିକ ଦୂରତ୍ୱକୁ ଫୁ

Sat May 9 , 2020
ଭୁବନେଶ୍ୱର: କରୋନା ରାଜଧାନୀ ପିଛା ଛାଡ଼ୁନି। ଗତ ମାସ ୧୪ ତାରିଖ ପରେ ରାଜଧାନୀରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମାତ୍ର ୨୮ ତାରିଖରେ ମଧୁସୂଦନ ନଗରର ଜଣେ ବୃଦ୍ଧ ଚିହ୍ନଟ ହେବା ଓ ପରେ ପ୍ରାଣ ହରାଇବା ପୁଣିଥରେ ରାଜଧାନୀବାସୀଙ୍କ ଡର ବଢ଼ାଇ ଦେଇଥିଲା। ଏହାର ୯ଦିନ ପରେ ପୁଣି ରାଜଧାନୀରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, […]

ଆହୁରି ପଢ଼ନ୍ତୁ