ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା : ୭ ପରେ ପୁଣିଥରେ ସକ୍ରିୟ ହେବ ମୌସୁମୀ

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲାଗି ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି।
ସୂଚନାଯୋଗ୍ୟ, କିଛି ଦିନର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଯିବ। ଏଥିଯୋଗୁଁ ସେପ୍ଟେମ୍ବରରେ ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକ ରହିବ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମଡି କହିଛି ଯେ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଲାଗି ରହିବ।

Share Now:

Kalinga News Beuro

Next Post

ଇରାନ ଓ ଉତ୍ତରକୋରିଆରୁ ଯୁଦ୍ଧ ସରଞ୍ଜାମ କିଣିବ ରୁଷ : ଆମେରିକୀୟ ଗୁଇନ୍ଦା ରିପୋର୍ଟ

Tue Sep 6 , 2022
ଓ୍ବାସିଂଟନ : ୟୁକ୍ରେନ ଯୁଦ୍ଧ ଗତ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ଜାରି ରହିଥିବାରୁ ରୁଷର ସାମରିକ ସରଞ୍ଜାମ ଶେଷ ହୋଇଆସୁଥିବା ମନେ ହେଉଛି। ଏଥିପାଇଁ ରୁଷ ନିଜର ମିତ୍ର ଦେଶ ଇରାନ ଓ ଉତ୍ତର-କୋରିଆଠାରୁ କେତେକ ଅସ୍ତ୍ରଶସ୍ତ୍ର କିଣିବା ଆରମ୍ଭ କରିଛି। ନିକଟରେ ରୁଷ ଇରାନଠାରୁ କେତେକ ଲଢୁଆ ଡ୍ରୋନ କିଣିଥିବାବେଳେ ଏବେ ଉତ୍ତରକୋରିଆଠାରୁ ରକେଟ୍ ଓ ଆର୍ଟିଲାରୀ ସେଲ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି […]
ଗୋଳାବାରୁଦ କିଣିବ ରୁଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial