ଖୁଣ୍ଟରେ ‘ସଟଲ୍‌ ବସ୍‌’ ଧକ୍କା ଖାଇବାରୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ୧୦ ଆହତ

ଖୁଣ୍ଟରେ ‘ସଟଲ୍‌ ବସ୍‌’ ଧକ୍କା

ବେଙ୍ଗାଲୁରୁ: ଆଜି ସକାଳେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଗୋଟାଏ ‘ପାସେଞ୍ଜର୍‌ ସଟଲ୍‌ ବସ୍‌’ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଏକ ଖୁଣ୍ଟରେ ଧକ୍କା ଖାଇବାରୁ ଅନ୍ୟୂନ ୧୦ଜଣ ବ୍ୟକ୍ତି ଆହତ ହୋଇଥିବା କଥା ବିମାନ ବନ୍ଦର ତରଫରୁ ସୂଚନା ‌ଦିଆଯାଇଛି। ଦୁର୍ଘଟଣା ଆଜି ଭୋର୍‌ ପ୍ରାୟ ୫.୧୫ ସମୟରେ ‘କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଘଟିଛି। ଏହି ‘ସଟଲ୍‌ ବସ୍‌’ରେ ୧୫ଜଣ ଯାତ୍ରୀ ଓ ୨ଜଣ କ୍ରୁ’ ମେମ୍ବର୍‌ଙ୍କୁ ମିଶାଇ ସମୁଦାୟ ୧୭ଜଣ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛି ଜଣେ ୨ ବର୍ଷର ପିଲା। ବେଙ୍ଗାଲୁରୁ ବିମାନ ବନ୍ଦରର ମୁଖପାତ୍ର କହିଛନ୍ତି, ବେଙ୍ଗାଲୁରୁ ବିମାନ ବନ୍ଦରର ‘ଟି୧’ ଓ ‘ଟି୨’ ମଧ୍ୟରେ ଚଳାଚଳ କରୁଥିବା ଗୋଟାଏ ‘ସଟଲ୍‌ ବସ୍‌’ ଆଜି ଭୋର୍‌ ପ୍ରାୟ ୫.୧୫ରେ ‘ଟି୨ ଆରାଇଭାଲ୍‌ ଏକ୍‌ଜିଟ୍‌ ରୋଡ୍‌’ ନିକଟରେ ଗୋଟାଏ ଖୁଣ୍ଟରେ ଧକ୍କା ଖାଇବାରୁ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବସ୍‌ରେ ସମୁଦାୟ ୧୭ଜଣ ଯାତ୍ରୀ (୧୫ଜଣ ଯାତ୍ରୀ ଓ ୨ ଜଣ କର୍ମଚାରୀ) ଥିଲେ। ଚିକିତ୍ସା ନିମ‌ନ୍ତେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କେମ୍ପେଗୌଡ଼ା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ‘ସଟଲ୍‌ ବସ୍‌’ର ଡ୍ରାଇଭର୍‌ ଢୁଳାଇ ପଡ଼ିଥିବାରୁ ଦୁର୍ଘଟଣା ଘଟିଥାଇ ପାରେ।

Share Now:

Kalinga News Beuro

Next Post

୮ ବର୍ଷ ପରେ ରାଜଧାନୀ‌ରେ ସର୍କସ

Sun Jun 18 , 2023
ରୋମାଞ୍ଚ ଭରିଲା ଗ୍ଲୋବ୍‌ ରାଇଡିଂ, ରିଙ୍ଗ୍‌ ଡ୍ୟାନ୍ସ, ଆଫ୍ରିକାନ୍‌ ଜଙ୍ଗ୍‌ଲିଙ୍ଗ୍‌ ଭୁବନେଶ୍ୱର: ରଙ୍ଗବେରଙ୍ଗ କପଡ଼ାର ଟେଣ୍ଟ ହାଉସ୍‌ ଭିତରେ ଝିଲିମିଲି ଆଲୁଅରେ ଝଲସୁଥିଲା ମଞ୍ଚ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗ୍ରୁପ୍‌ ଆସି କଳା-କୌତୁକ ଦେଖାଇ ଲୋକଙ୍କୁ ରୋମାଞ୍ଚିତ କରୁଥିଲେ। କେତେବେଳେ ଗ୍ଲୋବ୍‌ ଆକୃତିର ଲୁହା ପିଞ୍ଜରାରେ ପଶି ପଞ୍ଝାଏ ବାଇକ୍‌ ଚାଳକ ଘୁଁ…ଘାଁ କରି ଗାଡ଼ି ଚଳାଉଥିଲେ ତ କେତେବେଳେ ୨୦ ଫୁଟ୍‌ ଉଚ୍ଚରେ କିଛି ଯୁବତୀ ରିଙ୍ଗ୍‌ରେ […]
୮ ବର୍ଷ ପରେ ରାଜଧାନୀ‌ରେ ସର୍କସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial