ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି ଟଙ୍କାର ଟ୍ୟାକ୍ସ: ଆଇଟି ବିଭାଗ

ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି-1

ନୂଆଦିଲ୍ଲୀ: ଦୈନିକ ଖବରକାଗଜ ‘ଦୈନିକ ଭାସ୍କର’ ୭ଶହ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆଣିଛି ଆଇଟି ବିଭାଗ। ମୁମ୍ବାଇ, ଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ଇନ୍ଦୋର, ନୋଏଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ାଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ୧୦ରୁ ଅଧିକ ବ୍ୟବସାୟ କେନ୍ଦ୍ର ଚଳାଉଛି ‘ଦୈନିକ ଭାସ୍କର’ ଗୃପ। ଏସବୁ ବ୍ୟବସାୟ ଗୃପର ମାଲିକଙ୍କ ନାଁରେ ନୁହେଁ ବରଂ ଗୃପରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁରେ ଚାଲିଛି। ଏନେଇ ଆଇଟି ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ବି ସେମାନେ ଏ ବାବଦରେ କିଛି ଜାଣିନଥିବା କହିଥିଲେ। ସେମାନଙ୍କ ଠାରୁ କେବଳ ସେମାନଙ୍କ ଆଧାରକାର୍ଡ କପି ଓ ଡିଜିଟାଲ ହସ୍ତାକ୍ଷର ନିଆଯାଇଥିଲା। ଯେହେତୁ ସେମାନେ ଦୀର୍ଘଦିନ ହେବ ଗୃପରେ କାମ କରିଆସୁଛନ୍ତି ତେଣୁ ବିନା ଦ୍ୱିଧାରେ ଆବଶ୍ୟକ ପ୍ରମାଣପତ୍ର ଦେଇଦେଇଥିଲେ। ଆଉ କିଛି ସେୟାର, ଗୃପ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ମଧ୍ୟ ଜଣାପଡିଛି। ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ୨୬ଟି ଲକର ମଧ୍ୟ ଜବତ କରିଛି ଆଇଟି ବିଭାଗ। ଏନେଇ ଦୈନିକ ଭାସ୍କରର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ସୂଚନା ମୁତାବକ, ଗତ ୨୨ ତାରିଖରେ ଭାସ୍କରର ଡିଜିଟାଲ ‘ଭାରତ ସମାଚର’ ଉପରେ ଆଇଟି ବିଭାଗ ରାତିଅଧିଆ ଚଢ଼ାଉ ହୋଇଥିଲା। ତେବେ ବିଭାଗର ଯାଞ୍ଚ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ଏବଂ ଆହୁରି ତଥ୍ୟ ଆଗକୁ ଆସିପାରେ ବୋଲି ବିଭାଗୀୟ ଯାଞ୍ଚ ଅଧିକାରୀ କହିଛନ୍ତି ।
ଅନ୍ୟପଟେ ଆଇଟିର ଏପରି ଚଢ଼ାଉକୁ ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି କହିଥିଲେ ଦେଶର ବିଭିନ୍ନ ଗଣମାଧ୍ୟମ। କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁ ସଂଖ୍ୟା, ସିଲିଣ୍ଡର ରାଜନୀତି ଆଦିକୁ ନେଇ ଭାସ୍କର ଯେଉଁ ଖବର ଛାପିଥିଲା ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ସରକାରଙ୍କ ଚିନ୍ତା ବଢିଯାଇଥିଲା। ତେଣୁ ସରକାର ଜାଣିଶୁଣି ଏପରି ଚଢ଼ାଉ କରାଇଥିବା ଅନେକ ଗଣମାଧ୍ୟମ ପକ୍ଷରୁ ମତ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ନିୟମ ଭଙ୍ଗ କରି ଗିରଫ ହେଲେ ୧୪ କାଉଡିଆ

Mon Jul 26 , 2021
ନୂଆଦିଲ୍ଲୀ: କରୋନା ଭାଇରସର ମହାସଙ୍କଟ ସମୟରେ କାଉଡିଆ ଯାତ୍ରାକୁ ସରକାର ଅନୁମତି ଦେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାର ବି କାଉଡିଆଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହା ସତ୍ତ୍ୱେ ବି କିଛି କାଉଡିଆ ଚଖମା ଦେଇ ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଯାହାଙ୍କୁ ପୁଲିସ ଗିରଫ କରିଛି। ସୋମବାର ଥିବାରୁ ହରିଦ୍ବାରର ହର କି ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ୧୪ଜଣ କାଉଡିଆ ଗୋରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବା […]
ଗିରଫ ହେଲେ ୧୪ କାଉଡିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial