ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ

ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ

ନୂଆଦିଲ୍ଲୀ : କିଛି ଦିନ ତଳେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ବାରା ଛୋଟ ଛୋଟ ଡ୍ରୋନ ବ୍ୟବହାର କରି ଜମ୍ମୁ ସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ବୋମା ବିସ୍ଫୋରଣ କରିବା ପରେ ଭାରତୀୟ ସେନାର ଚେତା ପଶିଛି। ଭବିଷ୍ୟତରେ କିପରି ଏଭଳି ଚ୍ୟାଲେଞ୍ଜର ମୁକାବିଲା କରାଯିବ ତାହାକୁ ନେଇ ଭାରତୀୟ ସାମରିକ ବାହିନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଭାରତ ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ଖରିଦ କରିବାକୁ ନିଷ୍ପତ୍ତି ନେଇଛି। ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜ(ଆଇଏଆଇ) ଠାରୁ ଭାରତ ଏଲି-୪୦୩୦ ଡ୍ରୋନ ଗାର୍ଡ ସିଷ୍ଟମ ଖରିଦ କରିବାକୁ ବୁଝମଣା ହୋଇଛି। ବିଶ୍ବର ଜଣାଶୁଣା ପ୍ରତିରକ୍ଷା ପତ୍ରିକା ଜେନ୍ସ ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଇଏଆଇ ଏକ ଦକ୍ଷିଣ ଏସୀୟ ଦେଶକୁ ଏଲି-୪୦୩୦ ଡ୍ରୋନ ଗାର୍ଡ ସିଷ୍ଟମ ବିକ୍ରି କରିଛି। ଏହି ଦକ୍ଷିଣ ଏସୀୟ ଦେଶ ଭାରତ ବୋଲି କୁହାଯାଉଛି। ଇସ୍ରାଏଲର ଏହି ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ସ୍ବଳ୍ପ, ମଧ୍ୟମ ଓ ଦୂରଗାମୀ ରେଞ୍ଜ ସହ ଆସୁଛି। ଏହା ଯେକୌଣସି ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିବାକୁ ସକ୍ଷମ। ଏହି ବ୍ୟବସ୍ଥାକୁ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ମୁତୟନ କରାଯିବ।

Share Now:

Kalinga News Beuro

Next Post

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ

Sat Jul 3 , 2021
ଡେରାଡୁନ: ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ବିଜେପି ବିଧାୟକ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଉତ୍ତରାଖଣ୍ଡ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ସାଙ୍ଗକୁ ଦୁଇ ଥର ବିଧାୟକ ହୋଇଥିବା ପୁଷ୍କରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଆସ୍ଥା ପ୍ରକଟ କରିଛନ୍ତି। ପୁଷ୍କର ଧାମୀ ଉତ୍ତରାଖଣ୍ଡର […]
ପୁଷ୍କର ସିଂହ ଧାମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial