ଆଜି ମୋଦି ଭେଳିକି,କରିବେ ଅନଶନ:ଛୁଇଁବେନି ଖାଦ୍ୟ

ଭୁବନେଶ୍ୱର: ଆଜି ଦିନିକିଆ ଅନଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କିଛି ଆଲୋଚନା ହୋଇପାରିଥିବାରୁ ଅନଶନ କରିବାକୁ ମୋଦି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ କିନ୍ତୁ କୌଣସି ଖାଦ୍ୟ ଗ୍ରହଣ କରିବା ନାହିଁ ବୋଲି ଜଣାପଡ଼ିଛି। ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରିବେ।
ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜେପି ନେତାମାନେ ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନଶନ କରି ପ୍ରତିବାଦ ଜଣାଇବେ। ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ୍‌ ପ୍ରକାଶ ମାଥୁର, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ କେ.ଭି. ସିଂହଦେଓଙ୍କ ସମେତ ଅନ୍ୟ ନେତାମାନେ ଉପବାସ ଅନଶନ କରିବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା

Fri Apr 13 , 2018
ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍‌ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ସେ ଏହାର କାହାଣୀ ବି ଲେଖିଛନ୍ତି । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial