ନିଲାମ ହେବ ଦାଉଦ ଇବ୍ରାହିମର ବଙ୍ଗଳା ଓ ଆମ୍ବ ବଗିଚା

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ବିଷ କ୍ରିୟା କୁ ନେଇ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ରର ମୁମ୍ବାଇ ଓ ରତ୍ନଗିରିରେ ଥିବା ଦାଉଦ ଇବ୍ରାହିମ୍ ସମ୍ପତ୍ତି ନିଲାମ ହେବ। ୨୦୨୪ ଜାନୁଆରି ୫ତାରିଖରେ ଏହି ନିଲାମ ଅନୁଷ୍ଠିତ ହେବ। ଫରେନ୍ ଏକ୍ସଚେଞ୍ଜ ଆକ୍ଟ (ଫେମା) ଅଧୀନରେ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ରତ୍ନଗିରିରେ ଥିବା ଦାଉଦର ବଙ୍ଗଳା ଓ ଆମ୍ବ ବଗିଚାକୁ ନିଲାମ କରାଯିବ। ରତ୍ନଗିରିରେ ଥିବା ମୋଟ ୪ଟି ସମ୍ପତ୍ତି ନିଲାମ ହେବ। ଚୋରା ଚାଲାଣ ଓ ବିଦେଶୀ ମୁଦ୍ରା କାରବାର (ସାଫେମା) ଆଇନ ଅଧିନରେ ଦାଉଦର ସମ୍ପତ୍ତି ନିଲାମ କରାଯିବ।
ଏହା ପୂର୍ବରୁ ୨୦୦୦ ମସିହାରେ ଆୟକର ବିଭାଗ ଦ୍ୱାରା ଦାଉଦର ୧୧ଟି ସମ୍ପତ୍ତି ପ୍ରଥମ ଥର ପାଇଁ ନିଲାମ କରାଯାଇଥିଲା, କିନ୍ତୁ ସେହି ସମୟରେ ନିଲାମ ପ୍ରକ୍ରିୟାରେ କେହି ଆସିନଥିଲେ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ତଦନ୍ତକାରୀ ଏଜେନ୍ସିମାନେ ଦାଉଦର ଅନେକ ସମ୍ପତ୍ତି କରିବାରେ ସଫଳ ହୋଇଛନ୍ତି। ୨୦୧୮ରେ ନାଗପଡ଼ାରେ ଦାଉଦର ମାଲିକାନାରେ ଥିବା ଏକ ହୋଟେଲ, ଏକ ଗେଷ୍ଟ ହାଉସ୍ ଓ ଏକ କୋଠା ବିକ୍ରି ହୋଇଥିଲା। ସେହିପରି ଦାଉଦଙ୍କ ଭଉଣୀ ହସିନା ପାର୍କରଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ଫ୍ଲାଟକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ନିଲାମ କରିଥିଲା।

Share Now:

Kalinga News Beuro

Next Post

ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲା : ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ଅଟକ

Sun Dec 24 , 2023
ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲାରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ସଇଁତଳା ଥାନାରେ ଅଟକ ଅଛନ୍ତି। ପୁଲିସ ଶ୍ରୀ ସାହୁଙ୍କୁ ଥାନାରେ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର-ନଭେମ୍ୱର ଓ ଚଳିତ ଡିସେମ୍ବର ମାସରେ ଭଦ୍ରା ପଞ୍ଚାୟତକୁ ଆସିଥିବା ପିଡିଏସ୍‌ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଗଣମାଧ୍ୟରେରେ ଲଗାତାର ଭାବେ ପ୍ରକାଶ ପାଇବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial