୬.୧ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ : ଦୋହଲିଗଲା ଭାରତ-ମିଆଁମାର ସୀମାନ୍ତ ଅଞ୍ଚଳ

୬.୧ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ବଡ଼ି ସକାଳେ ଭାରତ-ମିଆଁମାର ସୀମାନ୍ତ ନିକଟରେ ୬.୧ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ଉକ୍ତ ଭୂମିକମ୍ପର ପ୍ରଭାବରେ ସମଗ୍ର ତ୍ରିପୁରା, ମଣିପୁର, ମିଜୋରାମ ଏବଂ ଆସାମରେ କମ୍ପନ୍ନ ଅନୁଭୂତ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଂଗ୍ରହ କରୁଥିବା ‘ୟୁରୋପିଆନ୍-ମେଡିଟେରାନିଆନ୍‌ ସିସ୍ମୋଲୋଜିକାଲ ସେଣ୍ଟର୍‌’ର (ଇଏମ୍‌ଏସ୍‌ସି) କହିଛି ଯେ, ସୁଦୂର କୋଲ୍‌କାତାରେ ମଧ୍ୟ ଭୂମିକମ୍ପର କମ୍ପନ ଅନୁଭୂତ ‌ହୋଇଥିଲା। ମିଜୋରାମ୍‌ର ଥେନ୍‌ଜଲ୍‌ ଅଞ୍ଚଳର ସେଭଳି ଜଣେ ପ୍ରତ୍ୟକ୍ଷଦର୍ଶୀ ‘ଇଏମ୍‌ଏସ୍‌ସି’ରେ ପୋଷ୍ଟ୍‌ କରିଛନ୍ତି, ମୋ ଜାଣନ୍ତରେ ଏହା ଥିଲା ଦୀର୍ଘତମ ଭୂକମ୍ପନ। ବାଂଲାଦେଶ ଅନ୍ତର୍ଗତ ଚିଟ୍ଟାଗଙ୍ଗର ୧୮୩ କିଲୋମିଟର୍‌ ପୂର୍ବାଞ୍ଚଳ ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ। ‘ସିସ୍ମୋଲୋଜି ସେଣ୍ଟର୍‌’ କହିବା ଅନୁସାରେ, ଭୋର୍‌ ୫.୧୪ରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା। ପୁନଶ୍ଚ ସକାଳ ୫.୫୩ରେ ଦ୍ବିତୀୟ ବାର ସେଠାରେ ଭୂମିକମ୍ପ ‌ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି ଯେ, ‘ଇଏମ୍‌ଏସ୍‌ସି’ ଏବେ ଉକ୍ତ ଭୂମିକମ୍ପର ତୀବ୍ରତା ପରିବର୍ତ୍ତନ କରି ୫.୮ ବୋଲି କହୁଛି। ଉତ୍ତରପୂର୍ବ ଭାରତ ଅନ୍ତର୍ଗତ ମିଜୋରାମ୍‌ର ଆଇଜୋଲ୍‌ର ଦକ୍ଷିଣପୂର୍ବାଞ୍ଚଳ ଦିଗର ୧୨୬ କିଲୋମିଟର୍‌ ଦୂରରେ ଉପରୋକ୍ତ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି। ଭୂମିକମ୍ପଟି ଅତୀବ ଶକ୍ତିଶାଳୀ ଥିଲା ବୋଲି ‘ରଏଟର୍ସ’ ଉଲ୍ଲେଖ କରିଛି।

Share Now:

Kalinga News Beuro

Next Post

ସିଡିଏ ସେକ୍ଟର-୧୩ରେ କେବଳ ଖୁଣ୍ଟ ପଡ଼ିଛି, ଜଳୁନି ଲାଇଟ୍‌ : ଜମି ନେଇ ଲୋକେ ହନ୍ତସନ୍ତ

Fri Nov 26 , 2021
କଟକ: ମର୍କତନଗର (ସିଡିଏ) ୧୩ ନମ୍ବର ସେକ୍ଟରରେ ରହିଛି ସର୍ବାଧିକ ବାସୋପଯୋଗୀ ପ୍ଲଟ। ମାତ୍ର ସିଡିଏ କର୍ତ୍ତୃପକ୍ଷ ଏହି ସେକ୍ଟରର ବିକାଶ ପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। ପ୍ଲଟ୍ ଆବଣ୍ଟନ‌ର ୧୫ବର୍ଷ ପରେ ବି ଏଠାରେ ମୋଟ ୫ ପ୍ରତିଶତ ଘର ସଂପୂର୍ଣ୍ଣ ‌ହୋଇନାହିଁ। ସିଡିଏ କେବଳ ଜମି ବିକ୍ରି କରି ନିଜର ଦାୟିତ୍ବ ସାରି ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସିଡିଏ କର୍ତ୍ତୃପକ୍ଷ ଜମି ନେଇଥିବା […]
କେବଳ ଖୁଣ୍ଟ ପଡ଼ିଛି, ଜଳୁନି ଲାଇଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial