ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ ଘଟି ୭୦୦ ଦୋକାନ ଧ୍ବଂସ

ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ

ଇଟାନଗର: ଆଜି ସକାଳେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନରେ ନିଆଁ ଲାଗିଥିବାବେଳେ ସକାଳ ପ୍ରାୟ ୪ଟା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ପୁଲିସ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଏହା ରାଜ୍ୟର ସର୍ବ ପୁରାତନ ବଜାର ହୋଇଥିବାବେଳେ ଇଟାନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ପୁଲିସ କହିଛି ଯେ ଦୀପାବଳି ପାଇଁ ଫୁଟାଯାଇଥିବା ବାଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତ୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେମାନେ ନିଆଁ ବିଷୟରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଏହା ସହ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ନିଆଁ ଲିଭାଇବା ପାଇଁ ଗାଡିରେ ପାଣି ନଥିଲା। ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ଭରିବା ପାଇଁ ବହୁ ଦୂରକୁ ଯିବାକୁ ପଡିଥିଲା ଏବଂ ସକାଳ ୫ଟାରେ ସେମାନେ ପହଞ୍ଚିବାବେଳକୁ ବଜାରର ଅଧିକାଂଶ ଦୋକାନ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା।

Share Now:

Kalinga News Beuro

Next Post

ରାଜା ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ସୁନକ

Tue Oct 25 , 2022
ଲଣ୍ଡନ : ଋଷି ସୁନକ ଔପଚାରିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ସୁନକ ଗତକାଲି କଞ୍ଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରଥ ପରିଷ୍କାର ହୋଇଥିଲା। ବ୍ରିଟିଶ ପରମ୍ପରା ଅନୁସାରେ ରାଜା କିମ୍ବା ରାଣୀ […]
ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ସୁନକ୍-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial