କୋରାପୁଟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା, ଜଣେ ଗୁରୁତର

କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍ ହୋଇଛି। କୋରାପୁଟ ସହରରେ ଆଜି ସନ୍ଧ୍ୟାରେ ବସ୍‌ଟି ଭାରସାମ୍ୟ ହରାଇ ସ୍ଥାନୀୟ ବିଜୁ ପାଠାଗାରରେ ପଶିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ ଆଜି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୨୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ଗୋଟିଏ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ବସିଥିଲେ। ତେବେ ଅନ୍ୟ ଏକ ବସ୍‌କୁ ଶୁଭାରମ୍ଭ କରାଯାଉଥିବା ବେଳେ ହଠାତ୍‌ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ ତୀର୍ଥ ଯାତ୍ରୀ ରହିଥିବା ସ୍ଥାନରୁ ପ୍ରାୟ ୫୦୦ ମିଟର କୋରାପୁଟ ସୁନାବେଡ଼ା ରାସ୍ତା ଅତିକ୍ରମ କରି ଚନ୍ଦନ ପୋଖରୀ ପାଖ ପୁରୁଣା ବିଜୁ ବିଜୁ ପାଠାଗାର ଠାରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ସବୁଠାରୁ ବୟସ୍କ ଭାରତୀୟ ଭାବେ ରୋହନ ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଗ୍ରାଣ୍ଡସ୍ଲାମ୍

Sat Jan 27 , 2024
ସିଡନି : ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସୁଛି। ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ତାଙ୍କ ସାଥୀ ମ୍ୟାଟ୍ ଏବଡନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ରୋହନ ଓ ମ୍ୟାଟ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ରେ ଇଟାଲୀର ସିମୋନ୍ ବୋଲେଲି ଓ ୱାଓସୋରୀଙ୍କୁ ପରାସ୍ତ କରିଛନ୍ତି। ରୋହନ ବୋପାନ୍ନା ଓ ମ୍ୟାଟ୍ ଏବଡନ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial