ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବଲାଙ୍ଗିର: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ନବନିର୍ମାଣ କୃଷକ ସଙ୍ଗଠନ। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଚାଷୀଙ୍କୁ ଅତିଶୀଘ୍ର ୨୦୧୬-୧୭ ଏବଂ୨୦୧୭-୧୮ ବର୍ଷର କୃଷି ବୀମା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ତିନି ହଜାର ଟଙ୍କା କରିବା, ଜିଲ୍ଲାରେ ଦେଖାଦେଇଥିବା ବିହନ ଅଭାବ ଦୂର କରିବା ଓ ବିହନ କଳାବଜାରୀ ବନ୍ଦ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି,“ ବିହନ କଳାବଜାରୀ ରୋକିବା ପାଇଁ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯିବ।”

Share Now:

Kalinga News Beuro

Leave a Reply

Next Post

ଆସନ୍ତା ଜୁଲାଇ ୧୪ରୁ ସଂସଦର ମୌସୁମୀ ଅଧିବେଶନ

Mon Jun 25 , 2018
ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବ। । ଏହା ଅଗଷ୍ଟ ମାସ ୧୦ ତାରିଖ ଯାଏ ଚାଲିବ।ଏହି ଅବସରରେ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଏପ୍ରିିଲ ମାସରେ ସଂସଦର ବଜେଟ୍‌ ଅଧିବେଶନ ବିରୋଧୀଙ୍କ ବିରୋଧ ଯୋର୍ଗୁ ସମ୍ପୂର୍ଣ୍ଣ ଧୋଇ ହୋଇ ହୋଇଯାଇଥିଲା। ବଜେଟ୍‌ ଅଧିବେଶନ ପାଇଁ ଲୋକସଭାରେ ସ୍ଥିର ହୋଇଥିବ ସମୟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial