ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ମାର୍ଗଦର୍ଶିକା ଜାରି କଲେ ଡିସିପି ପ୍ରତୀକ ସିଂ

ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ମାର୍ଗଦର୍ଶିକା

ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ଏକ ମାର୍ଗଦର୍ଶିକା ଭିଡିଓ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏଥିରେ ସେ କହିଛନ୍ତି, ଅଧିକ ବେଗରେ ଗାଡ଼ି ଚଳାନ୍ତୁ ନାହିଁ। ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ନ ଚଳାଇବା ଭଲା। ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ। ଜିରୋ ନାଇଟ୍ ସେଲିବ୍ରେସନକୁ ଯାଉଥିଲେ, ସାଙ୍ଗରେ ଚାଳକଙ୍କୁ ଧରି ଯାଆନ୍ତୁ। ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ରାସ୍ତରେ ଗାଡ଼ି ନ ରଖିବାକୁ ବି ସତର୍କ କରିଛନ୍ତି। ଗାଡ଼ିକୁ ଠିକ୍ ଭାବେ ଲକ୍ କରି ଜିରୋ ନାଇଟ୍ ସେଲିବ୍ରେସନରେ ଯୋଗ ଦେବାକୁ କହିଛନ୍ତି ଭୁବନେଶ୍ୱର ଡିସିପି। ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଖୋଲା ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ଆୟୋଜନ ପାଇଁ ରାତି ୧୦ ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ କମିସନରେଟ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଛି। ଏଣେ ରାଜଧାନୀରେ ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ନଜର ରଖାଯିବ। ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ନିୟୋଜିତ ହେବେ। ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ବ୍ୟବସ୍ଥା ହେବ। ରସୁଲଗଡ଼, କଟକ ରୋଡ୍, ନନ୍ଦନକାନନ ରୋଡ୍ ଓ ଜନପଥରେ ଭିଡ଼ର ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ନେଇଛି କମିସନରେଟ୍ ପୁଲିସ।

Share Now:

Kalinga News Beuro

Next Post

କାବୁଲ୍‌ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟଣା: ୧୦ମୃତ, ୮ଗୁରୁତର

Sun Jan 1 , 2023
କାବୁଲ୍‌: ଆଜି ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ସେଥିପାଇଁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି। ପୂର୍ବରୁ ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ […]
କାବୁଲ୍‌ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial