ଦାଦାବଟି ଓ ଡକାୟତି ଅଭିଯୋଗରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମେତ ୩ ଗିରଫ

କଂଗ୍ରେସ ବିଧାୟକ ପ୍ରାର୍ଥୀ

ଇନୋଭା ଓ ଟଙ୍କା ‌ଜବତ, ଏବେ ବି ୨ ଫେରାର

ସମ୍ବଲପୁର: ଠେଲକୋଲୋଇ ଥାନା ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନାର ଏକ ଠିକା ସଂସ୍ଥା ବରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କଠାରୁ ପ୍ରଥମେ ଦାଦାବଟି ଆଦାୟ ଓ ପରେ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଠେଲକୋଲୋଇ ପୁଲିସ୍‌ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ‌ହୋଇଥିବା ଠେଲକୋଲୋଇ ଥାନା ଡର୍ବା ଗ୍ରାମର ବାଳକୃଷ୍ଣ ରୋହିଦାସ(୩୨), ଭାଇ ରାଜେଶ ରୋହିଦାସ(୩୦) ଓ ଜଣେ ନାବାଳକକୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୫ ହଜାର ଟଙ୍କା ଓ ଏକ ଇନୋଭା କାର୍‌(ଓଡି ୧୭ ଏଫ୍‌୭୩୪୬) ପୁଲିସ୍‌ ଜବତ କରିଛି। ଘଟଣାର ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଡକାୟତି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ଫେରାର୍‌ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଶ୍ରୀ ରେଡ୍ଡି ତାଙ୍କ କ୍ୟାମ୍ପ ଅଫିସ୍‌ରେ ବସିଥିବା‌ ସମୟରେ ବାଳକୃଷ୍ଣ ରୋହିଦାସଙ୍କ ସମେତ ୫ ଜଣ ସେଠାରେ ପହଞ୍ଚି ତାଙ୍କୁ ଦାଦା ବଟି ମାଗିଥିଲେ। କିନ୍ତୁ ଶ୍ରୀ ରେଡ୍ଡି ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାର୍‌ପିଟ୍‌ କରି ତାଙ୍କ ନିକଟରେ ଥିବା ନଗଦ ୨୦ ହଜାର ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ସଦର ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ ସମେତ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ ଶ୍ରୀ ରେଡ୍ଡିଙ୍କଠାରୁ ଏଭଳି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। କୌଣସି ପ୍ରକାର ଦାଦାବଟି ସମ୍ପର୍କିତ ଅଭିଯୋଗ ରହିଥିଲେ ତୁରନ୍ତ ସମ୍ବଲପୁର ପୁଲିସ୍‌ର ୫ଟି ସେଲ୍‌କୁ ଯୋଗାଯୋଗ କରିବା ପାଇଁ ପ୍ରେସ୍‌ ବିବୃତି ମାଧ୍ୟମରେ ଅନୁରୋଧ କରାଯାଇଛି।

Share Now:

Kalinga News Beuro

Next Post

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

Tue Oct 27 , 2020
ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର: ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ଵାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି […]
ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial