ସ୍ୱାମୀକୁ ଭେଟ କରାଇ ନଦେବା ପାଇଁ ୪ ବର୍ଷର ପୁଅକୁ ହତ୍ୟା କଲେ ମହିଳା

ପାଣାଜୀ: ଗୋଆସ୍ଥିତ ଏକ ହୋଟେଲରେ ବେଙ୍ଗାଲୁରୁ ଷ୍ଟାର୍ଟ ଅପର ଜଣେ ମହିଳା ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳା ଜଣଙ୍କ ପୁଅର ମୃତଦେହ ସହିତ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଧରାପଡ଼ିଥିଲେ। ଏବେ ତାଙ୍କୁ ପୁଲିସ୍‌ ଧରିବା ପରେ ଗିରଫ କରିଛି। ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ରୋକିବା ପାଇଁ ମହିଳା ଜଣକ ତାଙ୍କ ପୁଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ୨୦୧୦ ମସିହାରେ ମହିଳା ବିବାହ କରିଥିଲେ। ୨୦୧୯ ମସିହାରେ ସେମାନଙ୍କର ଏକ ପୁତ୍ର ଜନ୍ମ ‌ହୋଇଥିଲା। ହେଲେ ସେମାନଙ୍କ ସଂପର୍କ ସେତେଟା ଭଲନଥିବାରୁ ୨୦୨୦ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା। ରବିବାର ଦିନ ନିଜ ପୁଅକୁ ଭେଟିବା ପାଇଁ ଅଦାଲତ ତାଙ୍କ ବାପାଙ୍କୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଅଦାଲତଙ୍କ ଏହି ରାୟରେ ଖୁସି ନଥିଲେ ମହିଳା।
ସ୍ୱାମୀଙ୍କଠାରୁ ପୁଅକୁ ଦୂରେଇବା ପାଇଁ ମହିଳା ଜଣକ ନିଜର ୪ ବର୍ଷର ପିଲାକୁ ଧରି ଗୋଆ ଯାତ୍ରା କରିବାକୁ ଯୋଜନା କରିଥିଲେ। ବାପାଙ୍କୁ ସାକ୍ଷାତ ନକରିବା ଉଦ୍ଦେଶ୍ୟରେ ସେ ତାଙ୍କୁ ହୋଟେଲ ରୁମରେ ହତ୍ୟା କରିଥିଲେ। ମହିଳା ଜଣକ ତାଙ୍କ ପୁଅ ସହିତ ଆସିଥିବା ବେଳେ ହୋଟେଲ୍‌ ଚେକ୍‌ଆଉଟ୍‌ କରିବା ବେଳେ ଏକା ଯାଉଥିବାରୁ ହୋଟେଲ୍‌ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ହୋଟେଲ୍‌ କର୍ମଚାରୀମାନେ ଆଞ୍ଚଳିକ ପୁଲିସ୍‌କୁ ଡକାଇଥି‌ଲେ। ପୁଲିସ୍‌ ଆସି ଖୋଳତାଡ଼ କରିବା ପରେ ମହିଳା ଜଣକ ବାସ୍ତବରେ ଏକା ଯାଉଥିଲେ ବୋଲି ଟାକ୍ସି ଚାଳକ ନିଶ୍ଚିତ କରିବା ପରେ ପୂରା ମାମଲା ପରିଷ୍କାର ହୋଇ ଯାଇଥିଲା।

Share Now:

Kalinga News Beuro

Next Post

ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ମହମ୍ମଦ ସାମି

Tue Jan 9 , 2024
ନୂଆଦିଲ୍ଲୀ: ପୂର୍ବରୁ ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଜି ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ବିଶ୍ୱକପ୍‌ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିସ କରିଥିଲା। ସାମି ବିଶ୍ୱକପ୍ ୨୦୨୩ର ଶ୍ରେଷ୍ଠ ବୋଲର୍‌ ପାଲଟିଥିଲେ। ସେ ୭ଟି ମ୍ୟାଚ୍‌ରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial