ଆସୁଛି ଖଣ୍ଡଗିରି ମେଳା: ପଞ୍ଚତୀର୍ଥ କଥା ଭୁଲିଗଲେ ସରକାର

ପଞ୍ଚତୀର୍ଥ କଥା ଭୁଲିଗଲେ

ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ, ଐତିହ୍ୟ ସ୍ଥଳର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଇତିମଧ୍ୟରେ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ଵରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହେଉଛି। ବିଏମସି ପକ୍ଷରୁ ୪୦ଟି ସିମେଣ୍ଟ ଚେୟାର ପକାଯିବା ସହିତ ଫୁଲକୁଣ୍ଡ ରଖାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ମେଳା ପୂର୍ବରୁ ଖଣ୍ଡଗିରି ନିକଟରେ ଥିବା ଉଠାଦୋକାନୀଙ୍କୁ ହଟାଯାଇ ଯାତ୍ରା ଦଳ ଓ ମେଳା ପଡ଼ିବାକୁ ଥିବା ସ୍ଥାନକୁ ଜବରଦଖଲ ମୁକ୍ତ କରାଯାଇଛି। ଗୁରୁତ୍ତ୍ଵପୂର୍ଣ୍ଣ କଥା ହେଉଛି ଯେ ମେଳା ପାଇଁ ଏତେ ସବୁ ପ୍ରସ୍ତୁତି ସତ୍ତ୍ୱେ ଖଣ୍ତଗିରି-ଉଦୟଗିରି ପାହାଡ଼ରେ ଥିବା ପଞ୍ଚତୀର୍ଥ ଯଥା ଗୁପ୍ତଗଙ୍ଗା, ଆକାଶଗଙ୍ଗା, ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ। ବହୁ ଦିନ ଧରି ଏହି ସ୍ଥାନଗୁଡ଼ିକର ଯତ୍ନ ନିଆଯାଉ ନଥିବାରୁ ଏବେ ତାହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଜଳରେ ଗୁଳ୍ମ ଭରି ରହୁଥିବାରୁ ପାଣି ନୀଳ ରଙ୍ଗ ହୋଇଗଲାଣି। ଏମିତିକି ଗୁପ୍ତଗଙ୍ଗାରେ ଆଉ ପୂର୍ବଭଳି ପାଣି ରହୁନାହିଁ।
ଏହାର ପୁନରୁଦ୍ଧାର ହେବ ବୋଲି ଗତ ଐତିହ୍ୟ ଦିବସରେ ଏଏସ୍ଆଇର ପୂର୍ବତନ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କହିଥିଲେ। ଇତିମଧ୍ୟରେ ୧୦ମାସ ବିତିଥିଲେ ମଧ୍ୟ ଏହାର ପୁନରୁଦ୍ଧାର ହୋଇନି। କୁହାଯାଏ ପୂର୍ବରୁ ମୁନିଋଷିମାନେ ଏଠାରେ ସ୍ନାନ କରୁଥିଲେ। ପୂଜା ପାଇଁ ଏହାର ଜଳକୁ ବ୍ୟବହାର କରୁଥିଲେ। ପ୍ରତିବର୍ଷ ଲଳିତାକୁଣ୍ଡରେ ପ୍ରଭୁ ଅନନ୍ତକେଶରୀ ଚାପ ଖେଳନ୍ତି। କୁମ୍ଭମେଳା ଅବସରରେ ରାଧା କୁଣ୍ଡରେ ସାଧୁସନ୍ଥ ସ୍ନାନ କରନ୍ତି। ପଞ୍ଚତୀର୍ଥ ଭାବେ ପରିଚିତ ଏହି ସ୍ଥାନରେ ବହୁ ସଂଖ୍ୟକ ସାଧୁସନ୍ଥ ସ୍ନାନ କରିବାର ନଜିର ରହିଛି। ତେଣୁ ଖଣ୍ଡଗିରି ମେଳା ପୂର୍ବରୁ ଏହାକୁ ସଫେଇ କରା ନଗଲେ ଆସୁଥିବା ସାଧୁସନ୍ଥମାନେ ଅସୁବିଧାର ସମ୍ମୁଖୀନ ହେବା ନେଇ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ବିବିସି ଡକ୍ୟୁମେଣ୍ଟାରି ବିବାଦ : ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍

Thu Jan 19 , 2023
ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରିକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏ ପ୍ରସଙ୍ଗରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ସେ ନିଜକୁ ଏହି ଡକ୍ୟୁମେଣ୍ଟାରିଠାରୁ ଅଲଗା ରଖିବା ସହ ଏଥିରେ କରାଯାଇଥିବା ଚରିତ୍ରଚିତ୍ରଣ ସହ ଏକମତ ନୁହନ୍ତି ବୋଲି କହିଛନ୍ତି। ଏହା ସହିତ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି […]
ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial