ବିବିସି ଡକ୍ୟୁମେଣ୍ଟାରି ବିବାଦ : ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍

ମୋଦୀଙ୍କ ସପକ୍ଷରେ ବାହାରିଲେ ସୁନକ୍

ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରିକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏ ପ୍ରସଙ୍ଗରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ସେ ନିଜକୁ ଏହି ଡକ୍ୟୁମେଣ୍ଟାରିଠାରୁ ଅଲଗା ରଖିବା ସହ ଏଥିରେ କରାଯାଇଥିବା ଚରିତ୍ରଚିତ୍ରଣ ସହ ଏକମତ ନୁହନ୍ତି ବୋଲି କହିଛନ୍ତି। ଏହା ସହିତ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିବାରୁ ସେ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ ସାଂସଦ ଇମ୍ରାନ ହୁସେନଙ୍କୁ ନିନ୍ଦା କରିଛନ୍ତି। ବ୍ରିଟିଶ ପାର୍ଲିଆମେଣ୍ଟରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ( ଗୁଜରାଟ ଦଙ୍ଗା) ତାଙ୍କ ସରକାରଙ୍କ ଏକ ସ୍ପଷ୍ଟ ଆଭିମୁଖ୍ୟ ରହିଆସିଛି। ତାଙ୍କ ସରକାର କୌଣସି ପ୍ରକାରର ଅତ୍ୟାଚାରକୁ ବିରୋଧ କରେ, କିନ୍ତୁ ଡକ୍ୟୁମେଣ୍ଟାରୀରେ କରାଯାଇଥିବା ଚରିତ୍ର ଚିତ୍ରଣ ସହ ସେ ଏକମତ ନୁହନ୍ତି।
ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀରେ ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ମୋଦୀଙ୍କ ନେତୃତ୍ୱଉପରେ ପ୍ରଶ୍ନଚିହ୍ନ ଲଗାଯାଇଛି। ଏହି ଦୁଇ ଭାଗବିଶିଷ୍ଟ ସିରିଜର ନାଁ ରହିଛି “ଭାରତ: ମୋଦୀ ପ୍ରଶ୍ନ”। ଏଥିରେ କୁହାଯାଇଛି ଯେ ଏହି ଦଙ୍ଗା ସଂପର୍କରେ ତତକାଳୀନ ବ୍ରିଟିଶ ଦୂତାବାସ ତରଫରୁ ନିଜସ୍ୱ ଉଦ୍ୟମରେ ଏକ ତଦନ୍ତ କରାଯାଇଥିଲା। ଏହାକୁ ଭାରତ ସରକାର ତୀବ୍ର ବିରୋଧ କରିଛନ୍ତି।

Share Now:

Kalinga News Beuro

Next Post

ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

Fri Jan 20 , 2023
ଭୁବନେଶ୍ୱର: ଇଡିରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସେ ଖଣି ମାମଲାରେ ଜେରାର ସମ୍ମୁଖୀନ ହେଉଥିବାର ସୂଚନା ରହିଛି। ଖଣି ମାମଲା ନେଇ ଇଡି ବିଧାୟକଙ୍କୁ ଡକାଇଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ହେଲା ଇଡିରେ ହାଜର ତାଳଚେରର ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା ଚାଲିଛି। Share Now:
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial