ୟୁପିଏସ୍‌ସି ପରୀକ୍ଷା : ଅନୁଦୀପ ଟପର୍‌

ନୂଆଦିଲ୍ଲୀ : ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସିର ଓ୍ଵବ୍‌ସାଇଟ୍‌ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଚଳିତ ବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚ୍ଚିନ ଗୁପ୍ତାଙ୍କ ନାମ ରହିଛି। ମେରିଟ୍‌ ଲିଷ୍ଟ୍‍ରେ ମୋଟ ୯୯୦ ଜଣଙ୍କ ନାମ ରହିଛି। ଏଥିରେ ୭୫୦ ଜଣ ପୁରୁଷ ଥିବା ବେଳେ ୨୪୦ ଜଣ ହେଉଛନ୍ତି ମହିଳା। ସେଥିମଧ୍ୟରୁ ୪୭୬ ଜଣ ପ୍ରାର୍ଥୀ ସାଧାରଣ ବର୍ଗର ହୋଇଥିବା ବେଳେ ୨୭୫ ଜଣ ଓବିସି, ୧୬୫ ଜଣ ଏସ୍‌ସି ଏବଂ ୭୪ ଜଣ ଏସ୍‌ଟି ପ୍ରାର୍ଥୀ ଥିବା ଜଣାପଡ଼ିଛି। ପରୀକ୍ଷାରେ ଟପର୍‌ ହୋଇଥିବା ଅନୁଦୀପ ଗୁଗଲ୍‌ରେ ପୂର୍ବରୁ କାମ କରିଛନ୍ତି। ୟୁପିଏସ୍‌ସି ଦ୍ୱାରା ସିଭିଲ୍‌ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା ଗତବର୍ଷ ଅକ୍ଟୋବରରେ ହୋଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ-ଏପ୍ରିଲରେ ବ୍ୟକ୍ତିତ୍ୱ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଟପର୍‌ ଅନୁଦୀପ ଏବେ ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌)ରେ ଜଣେ ସହକାରୀ କମିସନର ଭାବେ କାର୍ଯ୍ୟ କରୁଛନ୍ତି। ସେ ଓବିସି ଶ୍ରେଣୀରେ ଆସୁଥିବା ବେଳେ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଷ୍ଟମେଣ୍ଟେସନରେ ଡିଗ୍ରି ହାସଲ କରିଛନ୍ତି। ଗତ ବର୍ଷର ଟପର୍‌ ନନ୍ଦିନୀ କେଆର୍‌ ମଧ୍ୟ ଓବିସି ଶ୍ରେଣୀର ଥିଲେ।

ଓଡ଼ିଶାରୁ ମଧ୍ୟ ଅନେକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଶୁଭଙ୍କର ମହାପାତ୍ର, ସମ୍ବିତ ମିଶ୍ର, ଅଭିନାଶ ମିଶ୍ର, ସମିତ ପଣ୍ଡା, ପାରୁଲ ପଣ୍ଡା, ସ୍ୱେତା ମିଶ୍ର, ଅମରନାଥ ଓଝା, ହୃଦୟ କୁମାର ଦାସ, ସମୀର କୁମାର ଜେନା, ମନୋରଞ୍ଜନ ବେହେରା, ଆଶିଷ କୁମାର ସାହୁ, ବେଦଭୂଷଣ, ସୁଧାଂଶୁ ନାଏକ ପ୍ରମୁଖ।

Share Now:

Kalinga News Beuro

Leave a Reply

Next Post

ବିଲରୁ ମିଳିଲା ଗଜରାଜଙ୍କ ମୃତଦେହ

Sat Apr 28 , 2018
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି। ସୂଚନାଅନୁସାରେ,ଗତକାଲି ରାତିରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial