ଆସନ୍ତାକାଲି ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସ୍ଥାନରେ ହେବ ‘ଚକା ଜାମ୍‌’

କାଲି ହେବ ‘ଚକା ଜାମ୍‌’

ନିଜ ନିଜ ସ୍ଥାନରୁ ସାମିଲ୍‌ ହେବାକୁ ଚାଷୀଙ୍କୁ ଟିକାୟତଙ୍କ ଆହ୍ବାନ

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବ୍ରୁଆରି ୬ରେ(ଆସନ୍ତାକାଲି‌) ‘ଚକା ଜାମ୍’ ହେବ ବୋଲି ଘୋଷଣା ହୋଇଥିଲା। ମାତ୍ର ଏଥିରୁ ବାଦ୍‌ ପଡ଼ିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଦିଲ୍ଲୀକୁ ଛାଡ଼ି ଦେଶ ସାରା ଆଉ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ‘ଚକା ଜାମ୍‌’ ହେବ ବୋଲି ସୂଚନା ରହିଛି। ଏ ନେଇ ଭାରତୀୟ କିଷାନ ୟୁନିୟନ୍‌(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ସୂଚନା ଦେଇଛନ୍ତି। ସେ ସମର୍ଥକମାନଙ୍କୁ ନିଜ ନିଜ ଅଞ୍ଚଳରୁ ‘ଚକା ଜାମ୍‌’ କରିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍‌ର ପ୍ରତ୍ୟାହାର ଦାବିରେ କୃଷକ ନେତାମାନେ ଦେଶବ୍ୟାପୀ ‘ଚକା ଜାମ୍‌’ ଘୋଷଣା କରିଥିଲେ। ସଂଯୁକ୍ତ କିଷାନ ମୋର୍ଚାର ନେତା ବଲବୀର ସିଂହ ରଜେୱାଲ୍‌ ଏ ନେଇ ସୂଚନା ଦେଇ କହିଥିଲେ କି ଫେବ୍ରୁଆରି ୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ହେବ। ମଧ୍ୟାହ୍ନ ୧୨ଟାରୁ ୩ଟା ମଧ୍ୟରେ ସମସ୍ତ ଗାଡ଼ିମଟର ଚଳାଚଳକୁ ବନ୍ଦ କରାଯିବ। ଆନ୍ଦାଳନକାରୀ କୃଷକମାନେ ବଜେଟ୍‌ରେ ସେମାନଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଆଣିବା ସହ ଆନ୍ଦୋଳନସ୍ଥଳୀ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ସ୍ଥଗିତ ରଖାଯିବାକୁ ବିରୋଧ କରି ଏହି ‘ଚକା ଜାମ୍‌’ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ସିଂଘୁ, ଗାଜିପୁର ଓ ଟିକ୍ରି ସୀମାରେ କୃଷକମାନେ ରାସ୍ତା ଅବରୋଧ କରି ଗତ ନଭେମ୍ବର ମାସରୁ ଆନ୍ଦୋଳନ କରି ଆସୁଛନ୍ତି।

Share Now:

Kalinga News Beuro

Next Post

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏୟାରପୋର୍ଟ ଥାନାରେ ଅଟକ

Fri Feb 5 , 2021
ଭୁବନେଶ୍ବର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଏୟାରପୋର୍ଟ ଥାନାରେ ଅଟକ ଥିବାର ଖବର ମିଳିଛି। ଏୟାରପୋର୍ଟ ଥାନା ପୁଲିସ୍ ସୁରେଶ ବେହେରାଙ୍କୁ ପଚରାଉଚୁରା କରୁଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଅଭିଯୋଗ ମୁତାବକ, ଭିନ୍ନକ୍ଷମମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ପଳାସପଲ୍ଲୀଠାରେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ […]
ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial