ଏବର୍ଷ ରଥଯାତ୍ରା ହେଲେ ମହାପ୍ରଭୁ ଆମକୁ କ୍ଷମା ଦେବେ ନାହିଁ :ସୁପ୍ରିମକୋର୍ଟ

ଚଳିତ ବର୍ଷ ପୁରୀ ତଥା କୌଣସି ସ୍ଥାନରେ ହେବନାହିଁ ରଥଯାତ୍ରା

ନୂଆଦିଲ୍ଲୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ଵନ୍ଦ ଲାଗି ରହିଥିଲା, ତାହା ଆଜି ଦୂର କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ। କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଉଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି। ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଆବେଦନ କୋର୍ଟଙ୍କ ନିକଟରେ ରହିଥିଲା,ଯାହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ରୋଚକ ଘଟଣାଟି ହେଲା ମହାପ୍ରଭୁଙ୍କ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଗତକାଲି ମଧ୍ୟବର୍ତ୍ତୀ ଆବେଦନପତ୍ର (ଆଇଏ ନମ୍ବର- ୫୫୭୪୫/୨୦୨୦) ଦାଖଲ କରିଥିଲେ ନୟାଗଡ଼ ଜିଲ୍ଲାର ଜଣେ ମୁସଲମାନ ସଂପ୍ରଦାୟର ଯୁବକ ଅଫତାବ ହୁସେନ। ଏ ନେଇ ମଧ୍ୟବର୍ତ୍ତୀ ଆବେଦନପତ୍ର ଦାଖଲ ହୋଇଥିବା ନେଇ ତାଙ୍କ ଓକିଲ ପ୍ରଣୟ କୁମାର ମହାପାତ୍ର ସୂଚନା ଦେଇଥିଲେ।

Share Now:

Kalinga News Beuro

Next Post

ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି

Thu Jun 18 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial