ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା

ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା-3

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜି ସକାଳୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି ଓ ପାରାଦୀପରେ ହାଲୁକା ବର୍ଷା ପରିଲକ୍ଷିତ ହୋଇଛି। ଏଣେ ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି। ଓଡ଼ିଶାରେ ବାତ୍ୟାର ସେପରି ପ୍ରଭାବ ରହିବ ନାହିଁ, କିନ୍ତୁ ସମୁଦ୍ର ଅଶାନ୍ତ ରହିବ। ଏହି କାରଣରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।
ବାତ୍ୟା ଆସନ୍ତା ୨୫ ତାରିଖ ସଂଧ୍ୟା ବେଳକୁ ଗଭୀର ଅବପାତର ରୂପ ନେଇ ବାଂଲାଦେଶର ଖେପୁପଡା ଓ ଚିଟାଗଙ୍ଗ ଉପକୂଳ ଅତିକ୍ରମ କରିବ। ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୪ ତାରିଖ ଅର୍ଥାତ୍‌ ଦଶହରାରେ ଓଡ଼ିଶା ନିକଟ ଉତ୍ତର ବଙ୍ଗୋପସାଗର ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ହୋଇପାରେ। ବର୍ଷା ଓ ପବନ ପ୍ରଭାବରେ ଉପକୂଳବର୍ତ୍ତୀ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶରେ ଦଶହରା ମଉଜ ବିଗିଡ଼ିବାର ଆଶଙ୍କା ରହିଛି। ଏବେ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।

Share Now:

Kalinga News Beuro

Next Post

ଗାଜାରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ ଯୋଗୁଁ ୩୦ ପାଲେଷ୍ଟିନୀୟ ମୃତ : ୨୪ ଘଣ୍ଟାରେ ମଲେଣି ୨୬୬ଜଣ

Mon Oct 23 , 2023
ଗାଜା ସିଟି : ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପାଲେଷ୍ଟାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍‌-ଶୁହାଦା ଅଞ୍ଚଳରେ ଅବସ୍ଥିତ ଥିଲା। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆକ୍ରମଣ ଯୋଗୁଁ ଉକ୍ତ ଅଟ୍ଟାଳିକାଟି ଧରାଶାୟୀ ହେବା ସହିତ ତା’ ଆଖପାଖରେ ଥିବା ଗୁଡ଼ାଏ କୋଠା […]
ଗାଜାରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial