କୋର୍ଟ ସମ୍ମୁଖରେ କୋରାପୁଟ ଓକିଲ ସଂଘର ସତ୍ୟାଗ୍ରହ

କୋର୍ଟ ସମ୍ମୁଖରେ କୋରାପୁଟ ଓକିଲ ସଂଘର ସତ୍ୟାଗ୍ରହ

କୋରାପୁଟ: ସୋମବାର ଦିନ କୋରାପୁଟର ଓକିଲମାନେ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି। ଆଜି ସକାଳୁ କୋରାପୁଟ ଓକିଲ ସଂଘ ସଭାପତି ନିହାର ପଟ୍ଟନାୟକ, ଉପ ସଭାପତି ସୁବାଷ ସେନାପତି, ବରିଷ୍ଠ ଆଇନଜୀବୀ ପ୍ରମୋଦ ପାଢ଼ୀ, ଗୁପ୍ତେଶ୍ଵର ପାଣିଗ୍ରାହୀ, ଭୁବନ ମୋହନ ପଟ୍ଟନାୟକ, ଶରତ ଆଚାର୍ଯ୍ୟ, ବିଶ୍ୱ ରଞ୍ଜନ ପଟ୍ଟନାୟକ, ଗୋପୀନାଥ ମୂର୍ତ୍ତି, ସୁଜାତା ନାୟକ ପ୍ରମୁଖ ବହୁ ଆଇନଜୀବୀ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ଡାକରାରେ ସବୁ ଜିଲ୍ଲାର ଓକିଲ ସଂଘ ପ୍ରତିନିଧିମାନେ ଏକ ଜରୁରୀ ବୈଠକ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓକିଲମାନଙ୍କ ନ୍ୟାର୍ଯ୍ୟ ଦାବିକୁ ସଠିକ ଭାବରେ ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନୀତିକୁ ବିରୋଧ କରିବା ସହ ଏକ ଟିମ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଭେଟି ଓକିଲଙ୍କ ଅଧିକାର ସମ୍ପର୍କରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ଓକିଲ ମାନଙ୍କର ଦାବିକୁ ନେଇ ଆନ୍ଦୋଳନ କରିଥିବା ଓକିଲଙ୍କ ଲାଇସେନ୍ସ ଯଦି ରଦ୍ଦ କରାଯାଏ ତେବେ ସମସ୍ତେ ଲାଇସେନ୍ସ ସରେଣ୍ଡର କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଡିସେମ୍ବର ୧୨ ତାରିଖକୁ ପ୍ରତିବାଦ ଦିବସ ରୂପେ ପାଳନ କରି ସତ୍ୟାଗ୍ରହ କରିବାପାଇଁ ନିଷ୍ପତ୍ତି କରାଇଥିଲା।

Share Now:

Kalinga News Beuro

Next Post

ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ରୁଷ୍‌

Mon Dec 12 , 2022
ନୂଆଦିଲ୍ଲୀ: ବୈଶ୍ଵିକ ଓ ଆଞ୍ଚଳିକ ସମସ୍ୟା ନିଜସ୍ୱ ଆଭିମୁଖ୍ୟ ଉପସ୍ଥାପନ କରି ଭାରତ ପରିଷଦ୍‌କୁ ସମୃଦ୍ଧ କରିଛି ଦର୍ଶାଇ ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ରୁଷ୍‌ ସମର୍ଥନ କରିଛି। ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି, ମୋର ମନେହୁଏ, ସମ୍ପ୍ରତି ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ସମ୍ଭବତଃ ଭାରତ ସବୁଠୁ ଅଗ୍ରଣୀ। ଅବିଳମ୍ବେ ଯେକୌଣସି ଦେଶ ଅପେକ୍ଷା […]
ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ରୁଷ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial