ଆସୁଛି ଦୁଇଟି ଲଘୁଚାପ : ୫ରୁ ବଢ଼ିବ ବର୍ଷା

ଆସନ୍ତା ୨୪ରେ ବାତ୍ୟା ଆଶଙ୍କା

ଭୁବନେଶ୍ବର: ଆଗକୁ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ। ୫ ତାରିଖରୁ ବଢ଼ିବ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ୬% ଅଧିକ ବର୍ଷା ହୋଇଛି। ଏହି ସମୟରେ ୬ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଏବଂ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣମୁଁହା ହେଉଛି। ବର୍ତ୍ତମାନ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରହୁଛି। ଆର୍ଦ୍ରତା ୬୫%ରୁ ଅଧିକ ରହୁଛି। ଏହାଫଳରେ ଗରମ ଓ ଗୁଳୁଗୁଳି ଲାଗି ରହୁଛି। ଆହୁରି ୩ ଦିନ ଏହି ସ୍ଥିତି ଲାଗି ରହିବ।

Share Now:

Kalinga News Beuro

Next Post

ସୁଧୁରୁନି ପଳାସୁଣି-ବାରଙ୍ଗ ରାସ୍ତା : ଲୋକେ ହନ୍ତସନ୍ତ,ପ୍ରଶାସନ ମୁକ

Fri Sep 2 , 2022
ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ପଳାସୁଣୀ-ବାରଙ୍ଗ ରାସ୍ତା ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ସମ୍ପ୍ରତି ରାସ୍ତା ସାରା ବଡ଼ବଡ଼ ଖାଲଖମା ଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ଷା ପାଣି ଉକ୍ତ ଖାଲ ସବୁ‌ରେ ଭରି ରହିଥିବାରୁ ଯାତାୟାତ କରିବାରେ ବଡ଼ ଭୟଙ୍କର ସମସ୍ୟା ଉପୁଜୁଛି। ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଏକ ନିତିଦିନିଆ କଥା ପାଲଟିଛି। ବିଶେଷକରି ରାତିରେ ଏହି ରାସ୍ତାରେ ଯାତାୟାତ ପ୍ରାୟ ବନ୍ଦ ହୋଇଯାଉଛି। […]
ପଳାସୁଣି-ବାରଙ୍ଗ ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial