ଛତିଶଗଡ଼ ସିହାୱା ଶୀତଳା ମନ୍ଦିରରୁ ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

ମୃତ ଦେହ ଉଦ୍ଧାର କଲା ବନ ବିଭାଗ, ପରିବାରକୁ ହସ୍ତାନ୍ତର

ନବରଙ୍ଗପୁର : ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ। ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି। ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପି ନେଇଥିବା ସୂଚନା ମିଳିଛି। ନବରଙ୍ଗପୁର ରାଇଘର ବ୍ଲକ ତୁରୁଡିହିରୁ ଛତିଶଗଡ଼ ଯାଇଥିଲେ ମୃତକଙ୍କ ପରିବାର। ପୁଅକୁ ବାଘ ଝାମ୍ପି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ବର୍ତ୍ତମାନ ମୃତ ଦେହ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଛତିଶଗଡ଼ର ଯାଇଥିଲେ। ସିହାୱା ପାହାଡ଼ ମାଆଙ୍କ ଦର୍ଶଦ ପାଇଁ କରିବା ପରେ ସନ୍ଧ୍ୟା ସମୟରେ ଫେରୁଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ଆଗରେ ଚାଲୁଥିବା ଅବିନାଶ ଉପରେ ଲମ୍ଫ ମାରିଲା କଳାପତରିଆ ବାଘ। ହାଁ ହାଁ କରୁ କରୁ ସବୁ ଶେଷ ହୋଇସାରିଥିଲା। ଆଉ ବାପା-ମାଆଙ୍କ ଆଖି ସାମ୍ନାରେ ଅବିନାଶକୁ ଝାମ୍ପି ନେଇଗଲା ବାଘ। ତେବେ ବାଘ ଅବିନାଶକୁ ନେଇ ଯାଉଥିବା ଦେଖି ମାଆଙ୍କ ଦର୍ଶନ କରି ଫେରୁଥିବା ଲୋକେ ପାଟିତୁଣ୍ଡ କରିଥିଲେ। ଖବର ପାଇ ବନ ବିଭାଗ ଓ ପୁଲିସ ସର୍ଚ୍ଚ ଅବିନାଶକୁ ଖୋଜିବା ଆରମ୍ଭ କରିଥିଲା। ଏକ ପଥର ଚଟାଣ ଉପରେ ଅବିନାଶର ମୃତ ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲା ବନ ବିଭାଗ। ତୁରନ୍ତ ତାକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଉ ସେଠାରେ ଡାକ୍ତର ଅବିନାଶକୁ ମୃତ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପାଇଁ କ୍ୟାବିନେଟରେ ମଞ୍ଜୁରୀ

Wed Oct 13 , 2021
ଆଡମିଶନ କରିପାରିବେ ୫୦୦୦ ଛାତ୍ରଛାତ୍ରୀ ନୂଆଦିଲ୍ଲୀ : ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ। ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି। ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ। ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା ଏହି ବୈଠକରେ କ୍ୟାବିନେଟ ବୈଠକରେ ଏହି […]
ସୈନିକ ସ୍କୁଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial