ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା

ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀ ସମସ୍ତଙ୍କ ସାମ୍ନାରେ ଖୋଲାରେ ପରିସ୍ରା କରିଥିବା ନେଇ ଏକ ଲଜ୍ଜ୍ୟନୀୟ ଖବର ସାମ୍ନାକୁ ଆସିଛି। ଅନ୍ୟଯାତ୍ରୀମାନେ ଏହି ଦୃଶ୍ୟ ଦେଖିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଅଭିଯୋଗ କରି ଜଣାଇଥିଲେ। ଏହାପରେ ପୁଲିସ ଉକ୍ତ ଯାତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୪ ଓ ୫୧୦ରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା। ଏହି ଘଟଣା ଜାନୁଆରି ୮ ତାରିଖ ସନ୍ଧ୍ୟା ୫.୩୦ରେ ଡିପାର୍ଚର ଗେଟ ନମ୍ବର ୬ରେ ଘଟିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଜୋହର ଅଲ୍ଲୀ ଖାନ ଓ ବୟସ ୩୯ବର୍ଷ ରହିଛି। ଜୋହର ବିହାରରେ ବସବାସ କରନ୍ତି। ସେ ଦିଲ୍ଲୀରୁ ସାଉଦି ଆରବର ଦମ୍ମାମ ଅଭିମୁଖେ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ବିମାନବନ୍ଦରରେ ଯାତାୟାତ କରୁଥିବା ଯାତ୍ରୀମାନେ ଜୋହରଙ୍କୁ ସମସ୍ତଙ୍କ ସାମ୍ନାରେ ଖୋଲାରେ ପରିସ୍ରା କରୁଥିବା ଦେଖିଥିଲେ। ଏହାପରେ ସେମାନେ ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ଏପରି କରିବାକୁ ବାରଣ କରିଥିଲେ। କିନ୍ତୁ ଜୋହର ସେମାନଙ୍କ କୌଣସି କଥା ଶୁଣି ନଥିଲେ, ଆଉ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। ସେ ନିଶାରେ ଥିବା ଭଳି ଲାଗିବା ପରେ ଯାତ୍ରୀମାନେ ଏସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୋହରଙ୍କ ଡାକ୍ତରି ପରୀକ୍ଷା କରିବା ପରେ ଗିରଫ କରି ନେଇଥିଲା। କିନ୍ତୁ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା। ତେବେ ଏହି ଘଟଣା ପୂର୍ବରୁ ଗତ ନଭେମ୍ବର ୬ ରେ ପ୍ୟାରିସ-ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ଶୌଚାଳୟରେ ଧୂମପାନ ଓ ମଦ୍ୟପାନ କରିଥିଲେ ବୋଲି ଜଣାପଡ଼ିଥିଲା। ଅନ୍ୟ ଏକ ଘଟଣାରେ, ଅନ୍ୟ ଜଣେ ଯାତ୍ରୀ ନିଜ ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ସିଟରେ ଥିବା କମ୍ବଳରେ ପରିସ୍ରା କରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହିପରି ଗତ ବର୍ଷ ନଭେମ୍ବର ୨୬ରେ ଜଣେ ବ୍ୟକ୍ତି ନ୍ୟୁୟର୍କରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା।

Share Now:

Kalinga News Beuro

Next Post

ଦିନକ ପରେ ହକି ବିଶ୍ୱକପ : ଝଲସୁଛି ସହର, ଷ୍ଟାଡିୟମ୍‌

Wed Jan 11 , 2023
ଭୁବନେଶ୍ୱର: ୧୩ ତାରିଖରେ ହକି ବିଶ୍ୱକପ୍‌। କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି ପୂରା ସହର ରଙ୍ଗିନ୍‌ ଆଲୋକମାଳାରେ ଝଲସୁଛି। ଫ୍ଲାଏଓଭର୍‌ ତଳେ ଭଳିକି ଭଳି ଥିମ୍‌କୁ ନେଇ ଅଙ୍କା ହୋଇଥିବା ଚିତ୍ର ସାଙ୍ଗକୁ ସଂଧ୍ୟାରେ ସହର ଓ ଷ୍ଟାଡିୟମ୍‌ରେ ଚିକିମିକି ଆଲୁଅ ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି। ପୂରା ଭୁବନେଶ୍ୱର ନୂଆ ଦିଶୁଛି। କିନ୍ତୁ ଏସବୁ ସତ୍ତ୍ୱେ ପୂର୍ଣ୍ଣାଙ୍ଗ କାମ ସରିପାରିନି। ଗତ ୫ ତାରିଖରୁ କଣ୍ଟ ପୂରି ଯାଇଥିଲେ […]
ଦିନକ ପରେ ହକି ବିଶ୍ବକପ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial