ବେକ କାଟି ଛାତ ଉପରୁ ତଳକୁ ଡେଇଁ ଜୀବନ ହାରିଲେ ଟ୍ରକ୍ ଚାଳକ

ତଳକୁ ଡେଇଁ ଜୀବନ ହାରିଲେ ଟ୍ରକ୍ ଚାଳକ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ପୁରୁଣା ଚକାମୁଣ୍ଡା ଗାଁରେ ଜଣେ ଲୋକ ନିଜର ବେକ କାଟି ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେ ସାନ ଭାଇର ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ମୃତ ବ୍ୟକ୍ତିଙ୍କ ନାଁ ମଧୁସୂଦନ ଜେନା। ତାଙ୍କୁ ୫୪ ବର୍ଷ ହୋଇଥିଲା। ମାସେ ପୂର୍ବରୁ ତାଙ୍କ ପତ୍ନୀ ଚାଲି ଯାଇଥିଲେ। ଏଣେ ୧୫ ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ସାନ ଭାଇଙ୍କର ପ୍ରାଣ ହରାଇଥିଲା। ତେଣେ ତାଙ୍କ ପୁଅ(୨୦) ଜଣେ ଦୃଷ୍ଟିବାଧିତ। ମଧୁସୂଦନ ଜଣେ ଟ୍ରକ୍ ଚାଳକ। ସାନଭାଇ ଯଦୁନାଥର ରୋଜଗାରରେ ପରିବାର ଚଳୁଥିଲା। ସାନଭାଇର ହଠାତ୍ ଏମିତି ମୃତ୍ୟୁ ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ। ସେଥିପାଇଁ ସବୁ ବେଳେ ଚିନ୍ତାଗ୍ରସ୍ତ ରହୁଥିଲେ ମଧୁସୂଦନ।
ଗତକାଲି ପଡ଼ୋଶୀ ଘରେ ବାହାଘରନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ହଠାତ୍ ଛାତ ଉପରକୁ ଯାଇ ସେ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିଲେ। ତାପରେ ସେ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ତତକ୍ଷଣାତ୍ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ମଧୁସୂଦନ ଜେନାଙ୍କର ମୃତ୍ୟୁ ଘଟିଥିଲା। ଶବବ୍ୟବଚ୍ଛେଦ ପରେ ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Share Now:

Kalinga News Beuro

Next Post

କୁସ୍ତିଖେଳାଳିଙ୍କ ପ୍ରତିବାଦକୁ ସମର୍ଥନ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ଅନୁରୋଧ କଲେ କଂଗ୍ରେସ ନେତା

Sun Apr 30 , 2023
ନୂଆଦିଲ୍ଲୀ: ‘ଡବ୍ଲୁଏଫ୍‌ଆଇ’ର ଅଧ୍ୟକ୍ଷ ବ୍ରଜଭୂଷଣ ସିଂହଙ୍କ ନାଁରେ ଯୌନଉତ୍ପୀଡ଼ନ ଅଭିଯୋଗ କରି ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନ କରୁଥିବା କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ଜଣାଇବା ଲାଗି କଂଗ୍ରେସ ନେତା ସଲ୍‌ମାନ୍‌ ଅନୀସ୍‌ ସୋଜ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ଅନୁରୋଧ କରିଛନ୍ତି। ଅମିତାଭ ଏବଂ ଅନ୍ୟ ସୁପର୍‌ଷ୍ଟାର୍‌ମାନଙ୍କ ସମର୍ଥନ ଲୋଡ଼ି ସାମାଜିକ ଗଣମାଧ୍ୟମରେ ସଲ୍‌ମାନ୍‌ ଲେଖିଛନ୍ତି – ପ୍ରିୟ ଅମିତାଭ ବଚ୍ଚନ, ମହିଳା କୁସ୍ତି ଚାମ୍ପିଅନ୍‌ ମାନେ ବିଚାର ଚାହୁଁଥିବା […]
କୁସ୍ତିଖେଳାଳିଙ୍କ ପ୍ରତିବାଦକୁ ସମର୍ଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial