ବହି କିଣିଦେବାର ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ

ଦୁଷ୍କର୍ମ ଉଦ୍ୟମ କରି ଗିରଫ

ପାଟଣାଗଡ଼: ବର୍ତ୍ତମାନ ସମୟରେ ଗୁରୁ ସାଜିଥିବା କିଛି ଶିକ୍ଷକ ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଉଥିବା ଦେଖା ଦେଇଛି। ଏପରିକି ନାବାଳିକା ଛାତ୍ରୀ ମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରୁଥିବା ବିଭିନ୍ନ ସ୍ଥାନରୁ ଅନେକ ସମୟରେ ଖବର ଆସେ। ଏପରି ଏକ କଳଙ୍କିତ ଖବର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଯୋଗିମୁଣ୍ଡାରୁ ଆସିଥିବା ଜଣାପଡିଛି ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ନାବାଳିକା ଛାତ୍ରୀକୁ ବହି କିଣିଦେବା କହି ନିଜ ସାଥିରେ ନେଇ ଦୁଷ୍କର୍ମ କରିବା ଉଦ୍ୟମ ନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଯୋଗିମୁଣ୍ଡା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସତ୍ୟନାରାୟଣ ନାଏକ (୪୬) ଗତ ୨୮ ତାରିଖରେ ସ୍କୁଲରେ ପାଠ ପଢୁଥିବା ଜଣେ ନାବାଳିକା ତଥା ନବମ ଶ୍ରେଣୀର ମେଧାବୀ ଛାତ୍ରୀକୁ ବହି କିଣି ଦେବା କହି ପାଟଣାଗଡ଼ ପଟକୁ ଆଣିଥିଲା। ପାଟଣାଗଡ଼ରେ ଥିବା ବହି ଦୋକାନକୁ ଆଣିବା ବଦଳରେ ଅନ୍ୟ କୌଣସି ରାସ୍ତାକୁ ନେଇଥିଲେ ସେଠାରେ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ଛାତ୍ରୀ ଯଦି ତା’ ମା’ ବାପାଙ୍କୁ କହିଲେ ଜୀବନରେ ମାରି ଦେବା ନେଇ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ ଶିକ୍ଷକ, ତେବେ ଛାତ୍ରୀ ଡରି ଯାଇ କିଛି ଦିନ ଘରେ କହି ନଥିଲେ ପରେ ଛାତ୍ରୀଟି ଏନେଇ ତାଙ୍କ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ବାପା / ପରିବାବର୍ଗ ଜାଣିବା ପରେ ଏ ନେଇ ଛାତ୍ରୀ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ଥାନା‌ରେ ଏ ନେଇ ଗୁରୁବାର ଅଭିଯୋଗ କରିବା ପରେ ଶିକ୍ଷକ ସତ୍ୟନାରାୟଣ ନାଏକଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚୁରା କରୁଥିବା ଜଣାପଡିଛି। ଅପରପକ୍ଷରେ ପିଡିତା ଛାତ୍ରୀଙ୍କ ବାପାଙ୍କ ଦାବୀ ଅନୁଯାୟୀ, ସତ୍ୟନାରାୟଣଙ୍କ ଗିରଫ ଦାବୀ ସହ ଶିକ୍ଷକ ଚାକିରିରୁ ବହିଷ୍କାର ଦାବୀ କରିଥିବା ଜଣାପଡିଛି। ପାଟଣାଗଡ଼ ଥାନାରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୁଲିସ କେସ ନଂ ୫୪/୨୩ ଧାରା ୩୭୬/୫୧୧/୫୦୬/ଆଇପିସି/୮ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ସତ୍ୟନାରାୟଣ ନାଏକକୁ ଗିରଫ କରିଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯିବାକୁ ଥିବା ନେଇ ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି।

Share Now:

Kalinga News Beuro

Next Post

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ଏସ୍‌ଆଇ

Thu Apr 6 , 2023
ଭୁବନେଶ୍ୱର : ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କମିସନରେଟ ପୁଲିସର ଜଣେ ଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ପୁଲିସ ଏସ୍‌ଆଇ ହେଲେ ସୁଶାନ୍ତ କୁମାର ସ୍ୱାଇଁ । ସେ ଖଣ୍ଡଗିରି ଥାନାରେ ଏସ୍ଆଇ ଭାବେ ମୁତୟନ ଅଛନ୍ତି। ସୂଚନା ଅନୁସାରେ ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଆଜି ଶ୍ରୀ ସ୍ୱାଇଁ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। […]
ଖଣ୍ଡଗିରି ଥାନା ଏସ୍‌ଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial