୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ଏସ୍‌ଆଇ

ଖଣ୍ଡଗିରି ଥାନା ଏସ୍‌ଆଇ

ଭୁବନେଶ୍ୱର : ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କମିସନରେଟ ପୁଲିସର ଜଣେ ଏସ୍‌ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ପୁଲିସ ଏସ୍‌ଆଇ ହେଲେ ସୁଶାନ୍ତ କୁମାର ସ୍ୱାଇଁ । ସେ ଖଣ୍ଡଗିରି ଥାନାରେ ଏସ୍ଆଇ ଭାବେ ମୁତୟନ ଅଛନ୍ତି। ସୂଚନା ଅନୁସାରେ ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଆଜି ଶ୍ରୀ ସ୍ୱାଇଁ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। ଥାନାବାବୁଙ୍କୁ ପାନେ ଦେବା ପାଇଁ ଅଭିଯୋଗକାରୀ ଏକ ଯୋଜନା କରିଥିଲେ ଏବଂ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଦାବି ଅନୁସାରେ ସେ ଆଜି ଥାନାବାବୁ ଶ୍ରୀ ସ୍ୱାଇଁଙ୍କୁ ନାକା ଗେଟ୍ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲେ।ଉପରୋକ୍ତ ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ରିପୋର୍ଟ ଲେଖାଯିବା ବେଳକୁ ତଦନ୍ତ ଜାରି ରହିଛି। ଭୁବନେଶ୍ଵର ଭିଜିଲାନ୍ସ ଏସପି ଅନୁପମା ଜେମ୍ସ ଏହି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମାର୍ଚ୍ଚ ପରେ ବି ଶେଷ ହେଲାନି ପଙ୍କୋ‌ଦ୍ଧାର କାମ

Thu Apr 6 , 2023
ଟେଣ୍ଡର୍‌ର ‘ସ୍କୋପ୍‌ ଅଫ୍‌ ୱାର୍କ’କୁ ଘରୋଇ ସଂସ୍ଥାଙ୍କ ଅଣଦେଖା କଟକ: ମୌସୁମୀ ଆସିବା ପୂର୍ବରୁ ସହରର ସମସ୍ତ ଡ୍ରେନ୍‌ରୁ ମାର୍ଚ୍ଚ ସୁଦ୍ଧା ପଙ୍କୋଦ୍ଧାର କାମ ‌ଶେଷ ହେବ। ପଙ୍କ‌ ସଫେଇ ସହ ସମସ୍ତ ନାଳରୁ ଭାସମାନ ଅଳିଆକୁ ଉଠାଯିବ। ସହରର ପରିମଳ ଦାଇତ୍ୱ ୩ଟି ଘରୋଇ ସଂସ୍ଥା ନେବା ପରେ ପୌର ନିଗମ ପକ୍ଷରୁ ଏପରି କିଛି ଘୋଷଣା ହୋଇଥିଲା। ମାତ୍ର ମାର୍ଚ୍ଚ ଯାଇ ଏପ୍ରିଲ ଆସିଥିଲେ ବି ସହରର୍ […]
ମାର୍ଚ୍ଚ ପରେ ବି ଶେଷ ହେଲାନି ପଙ୍କୋ‌ଦ୍ଧାର କାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial