‘ମୋ ବସ୍‌’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ ୬ ଯୁବକ

‘ମୋ ବସ୍‌’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ

ନିମାପଡ଼ା: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍‌’ର ଜଣେ ଡ୍ରାଇଭରଙ୍କୁ ଆଜି ସନ୍ଧ୍ୟା ସମୟରେ ୬ ଜଣ ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକମାନେ ଡ୍ରାଇଭରଙ୍କୁ ବସ୍‌ ଭିତରୁ ବଳପୂର୍ବକ ଭିଡ଼ିନେଇ ମାଡ଼ ମାରିଥିବା ନେଇ ପୁରୀ ଜିଲ୍ଲା ନିମାପଡ଼ା ଥାନାରେ ଅଭିଯୋଗ ‌ପରେ ମାମଲା ରୁଜୁ ହୋଇଛି। ତେବେ ମାଡ଼ମାରିଥିବା ଯୁବକମାନଙ୍କର ପରିଚୟ ମିଳିପାରି ନାହିଁ।
ମୋ ବସ୍‌ର ଡ୍ରାଇଭରଙ୍କ ଅଭିଯୋଗ ଅନୁସାରେ ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ୭୧ ନମ୍ବର ରୁଟ୍‌ରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡାରୁ କୋଣାର୍କ ଅଭିମୁଖେ ବସ୍‌ ନେଇ ଯାଉଥିଲେ। ନିମାପଡ଼ା ଛକଠାରେ ଏକ ଅଟୋ ତାଙ୍କ ବସ୍‌କୁ ଓଭରଟେକ କରିଥିଲା। ଫଳରେ ବସ୍‌ର କିଛି ଅଂଶ ଭାଙ୍ଗିଯାଇଥିଲା। ଡ୍ରାଇଭର ପ୍ରତିବାଦ କରିଥିଲେ ଏବଂ ପରେ ସେ ଆଗକୁ ବଢ଼ିଥିଲେ। ଅଟୋ ଚାଳକ ଧୀରପୁର ଛକ ନିକଟସ୍ଥ ପାଞ୍ଚମାଣିଆ ଗାଁର ବୋଲି କୁହାଯାଉଛି। ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବାରୁ ସେ ନିଜର କିଛି ସମର୍ଥକଙ୍କୁ ଡାକି ମୋ ବସ୍‌ର ଡ୍ରାଇଭରଙ୍କୁ ବଳପୂର୍ବକ ଭିଡ଼ି ଆଣି ମାଡ଼ ମାରିଥିଲେ। ରାସ୍ତାରେ ଗୋଡେଇ ଗୋଡେଇ ପିଟିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌କୁ ପୁଲିସ ଥାନାକୁ ଆଣିଥିଲା। ମୋ ବସ୍‌ର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଆରପାରିରେ ଭୁବନେଶ୍ୱରର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର

Wed Jun 14 , 2023
ଭୁବନେଶ୍ୱର: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ଆଜି ସକାଳେ ତାଙ୍କର ସହିଦ ନଗରସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ […]
ପରଲୋକରେ ଡାକ୍ତର ଜଗନ୍ନାଥ ମହାପାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial