ଆରପାରିରେ ଭୁବନେଶ୍ୱରର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର

ପରଲୋକରେ ଡାକ୍ତର ଜଗନ୍ନାଥ ମହାପାତ୍ର

ଭୁବନେଶ୍ୱର: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ଆଜି ସକାଳେ ତାଙ୍କର ସହିଦ ନଗରସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ପୈତୃକ ଗ୍ରାମ କଟକ ଜିଲ୍ଲା ଖଣ୍ଡ ସାହିରେ। ସେ ଏମବିବିଏସ୍ ପରେ ଏମଡି କରିଥିଲେ। ସହିଦ ନଗରରେ ସେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ

Share Now:

Kalinga News Beuro

Next Post

ଜମିବାଡ଼ି ବିବାଦରୁ ଗୁଳି ମାରି ଭାଇଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର

Wed Jun 14 , 2023
ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ତୋଫାନ ଭୋଇ। ଅଭିଯୁକ୍ତ ହେଲେ ଶ୍ରୀକାନ୍ତ ଭୋଇ। ପୁଲିସ କହିବା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୋଫାନ ଭୋଇଙ୍କୁ ଶ୍ରୀକାନ୍ତ ଏକ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଛନ୍ତି। ଏ ନେଇ ଠାକୁରଗଡ଼ ପୁଲିସ ଖବର […]
ଦାଦାପୁଅ ଭାଇଙ୍କୁ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial