ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସର ମାଡ଼ ମାମଲା : ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ୱର : ଜମିଜମା ବିବାଦକୁ ନେଇ ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀ ଇତିଶ୍ରୀ ମଲ୍ଲିକ ଓ ଗାୟତ୍ରୀ ମଲ୍ଲିକଙ୍କୁ ମହିଳା ପୁଲିସ ମାଡ଼ ମାରିବା ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ। କମିସନ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହିତ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପୁଲିସ ଡିଜି ଓ ପୁଲିସ କମିସନର୍‌ଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି, ନୂଆପଲ୍ଲୀ ଥାନା ବେହେରା ସାହିରେ ରହୁଥିବା ଯମ୍ବେଶ୍ୱର ବେହେରାଙ୍କ ଦୁଇ ଝିଅଙ୍କୁ ପୁଲିସ ଉଠାଇ ଆଣିବା ସହିତ ଥାନାରେ ନିସ୍ତୁକ ମାଡ଼ ମାରିଥିଲେ। ଯେଉଁ ସମୟରେ ପୁଲିସ ତାଙ୍କୁ ଉଠାଇ ଆଣିଥିଲା ସେହି ସମୟରେ କୌଣସି ମହିଳା ପୁଲିସ ସାଙ୍ଗରେ ନ ଥିଲେ। ଏହା ପରେ ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରି ୩୦୭ ଦଫାରେ କୋର୍ଟ ଚାଲାଣ କରିଥିଲା। ପରେ ଦୁଇ ଭଉଣୀ ଜାମିନ୍‌ରେ ଆସି ସେମାନଙ୍କ ଉପରେ ପୁଲିସ କରିଥିବା ବର୍ବରୋଚିତ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା ଆରମ୍ଭ କରାଯିବା ପରେ ପରେ ପୁଲିସ ମହଲରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକଙ୍କ ସହିତ ଦୁଇ ମହିଳା ଏସ୍‌ଆଇ ମିନତି ନାୟକ ଓ ସସ୍ମିତା ଧଳଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପ୍ରଜାକୋର୍ଟରେ ବିବାହ ବନ୍ଧନରୁ ମୁକ୍ତ ହେଲେ ନବବିବାହିତା

Tue May 15 , 2018
ଜଳେଶ୍ୱର : ଚତୁର୍ଥୀ ପୂର୍ବରୁ ଫେରାର୍‌ ହୋଇଯାଇଥିବା ଜଣେ ନବବଧୂ ପ୍ରଜାକୋର୍ଟରେ ବିବାହ ବନ୍ଧନରୁ ମୁକୁଳିଛନ୍ତି। ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚାର ବିଷୟ ହୋଇଛି। ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ଖୁଲୁଡ଼ା ଅଞ୍ଚଳର ଜଣେ ଯୁବକ ବାଲିଆପାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ବାଲିଆପାଳ ସ୍ପିନିଂ ମିଲ୍‌ କାଳୀ ମନ୍ଦିରରେ ବିବାହ କରିଥିଲେ। ଗତ ୧୩ ତାରିଖ ଦିନ ହେବାକୁ ଥିବା ଚତୁର୍ଥୀକୁ ନେଇ ଘରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial