ମାଓବାଦୀ ଓ ଯବାନ ମଧ୍ୟରେ ଗୁଳିବିନିମୟ : ଜଣେ ମହିଳା କ୍ୟାଡର ମୃତ, ରାଇଫଲ ଜବତ

ମାଓବାଦୀ ଓ ଯବାନ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର କାଙ୍କେର ଜିଲ୍ଲାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଜବତ ହୋଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ କାଙ୍କେର ଜିଲ୍ଲାର ଛୋଟେ ବୈଠିଆ ଥାନା ଅଞ୍ଚଳର ଜଙ୍ଗଲରେ ୨୦ରୁ ଅଧିକ ମାଓବାଦୀ ଲୁଚି ରହିଥିବା ଯବାନମାନେ ଖବର ପାଇଥିଲେ। ଏହାପରେ ଡିଆରଜି ଓ ବିଏସ୍‌ଏଫ୍‌ ଯବାନମାନେ ମିଳିତ ଭାବେ ରାତିରେ ହିଁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ମାଓବାଦୀକୁ ପାଇପାରିନଥିବା ବେଳେ ଆଜି ସକାଳୁ ଯବାନମାନେ କ୍ୟାମ୍ପକୁ ଫେରୁଥିଲେ। ବିନାଗୁଣ୍ଡା ଜଙ୍ଗଲରେ ଯବାନମାନଙ୍କୁ ଦେଖି ଲୁଚି ରହିଥିବା ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଯବାନମାନେ ଏହାର ଉପଯୁକ୍ତ ଭାବେ ଉତ୍ତର ଦେଇ ଗୁଳିଚାଳନା କରିଥିଲେ। ପ୍ରାୟ ଅଧ ଘଣ୍ଟା ସମୟ ଗୁଳି ଚାଳନା ହୋଇଥିବା ବେଳେ ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ତାହାର ପରିଚୟ ମିଳିପାରି ନାହି। ମୃତ ଦେହ ସେମତ ପୁଲିସ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଜବତ କରିଛି। ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

ବଳଦଗାଡ଼ିରେ ବରଯାତ୍ରୀ : ୧୪କିମି ବାଟ ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଲେ ବର

Tue Jun 13 , 2023
ନୂଆଦିଲ୍ଲୀ: ସୋମବାର ବାନ୍ଦ୍ରାର ବବେରୁ ଅଞ୍ଚଳରେ ବସବାସ କରୁଥିବା ଜଣେ ଯୁବକଙ୍କ ବିବାହ ପାଇଁ ବାହାରିଥିବା ବରଯାତ୍ରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବରଯାତ୍ରୀଙ୍କୁ ଦେଖିଲେ ୯୦ଦଶକ କଥା ମନେ ପଡ଼ିଯାଉଛି। ଉକ୍ତ ବରଯାତ୍ରୀ କୌଣସି ସଉକିନ ଗାଡ଼ି ନୁହେଁ ବରଂ ୩୦ଟି ବଦଳଗାଡ଼ିରେ ବସି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ୩୦ଟି ବଳଦଗାଡ଼ିରେ ୬୦ଟି ବଳଦ ଥିବା ବେଳେ ୪ଟି ଘୋଡ଼ା ସାମିଲ ଥିଲେ। ବରଯାତ୍ରୀ ଉକ୍ତ ବଦଳଗାଡ଼ିରେ […]
ବଳଦଗାଡ଼ିରେ ବରଯାତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial