ବଳଦଗାଡ଼ିରେ ବରଯାତ୍ରୀ : ୧୪କିମି ବାଟ ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଲେ ବର

ବଳଦଗାଡ଼ିରେ ବରଯାତ୍ରୀ

ନୂଆଦିଲ୍ଲୀ: ସୋମବାର ବାନ୍ଦ୍ରାର ବବେରୁ ଅଞ୍ଚଳରେ ବସବାସ କରୁଥିବା ଜଣେ ଯୁବକଙ୍କ ବିବାହ ପାଇଁ ବାହାରିଥିବା ବରଯାତ୍ରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବରଯାତ୍ରୀଙ୍କୁ ଦେଖିଲେ ୯୦ଦଶକ କଥା ମନେ ପଡ଼ିଯାଉଛି। ଉକ୍ତ ବରଯାତ୍ରୀ କୌଣସି ସଉକିନ ଗାଡ଼ି ନୁହେଁ ବରଂ ୩୦ଟି ବଦଳଗାଡ଼ିରେ ବସି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ୩୦ଟି ବଳଦଗାଡ଼ିରେ ୬୦ଟି ବଳଦ ଥିବା ବେଳେ ୪ଟି ଘୋଡ଼ା ସାମିଲ ଥିଲେ। ବରଯାତ୍ରୀ ଉକ୍ତ ବଦଳଗାଡ଼ିରେ ପ୍ରାୟ ୧୪ କିଲୋମିଟର ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ରାସ୍ତାରେ ଏହି ବରଯାତ୍ରୀଙ୍କୁ ଯିଏ ଦେଖୁଥିଲେ ସେମାନେ ଏ ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରି ଦେଇଥିଲେ। ଏହି ଭିଡିଓଟି ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତ ସୋମବାର ଦଫତରା ଗ୍ରାମରେ ବସବାସ କରୁଥିବା ଅବଧେଶ ସିଂହ ପଟେଲଙ୍କ ପୁଅ ପବନଙ୍କ ବିବାହ କୋଲକାତାର କଦରତ ନକ୍ସରପାରା ଦକ୍ଷିଣ-୨୪ ପାରାଗଞ୍ଜ ଗ୍ରାମର ନରେନ୍ଦ୍ରପୁର ବାସିନ୍ଦା ସନଦ କୁମାରଙ୍କ ଝିଅ ମଧୁମିତାଙ୍କ ସହିତ ସ୍ଥିର ହୋଇଥିଲା। ପବନ ଓ ମଧୁମିତା ଦୁହେଁ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି। ବର ପବନ ଓ ବଧୂ ମଧୁମିତାଙ୍କ ସହିତ ପରିବାରଲୋକଙ୍କ ଇଚ୍ଛା ଥିଲା କି ବିବାହ ପୁରୁଣା ପରମ୍ପରା ଅନୁସାରେ ହେଉ। ତେବେ ପରିବାରଲୋକଙ୍କ ସହଯୋଗ କ୍ରମରେ ପବନଙ୍କ ବରଯାତ୍ରୀ ୩୦ଟି ବଳଦ ଗାଡ଼ିରେ ୧୪କିମି ବାଟ ଯାତ୍ରା କରି କନ୍ୟାଙ୍କ ଘରେ ପହଞ୍ଚିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଇ ୨୯ ତାରିଖରେ ବବେରୁରେ ବସବାସ କରୁଥିବା ଭାଜପା କୃଷକ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ବିଜୟ ବିକ୍ରମ ସିଂହ ବି ତାଙ୍କ ଭଣଜା ଆଲୋକ ସିଂହଙ୍କ ବରଯାତ୍ରୀ ବଳଦଗାଡ଼ିରେ ନେଇଥିଲେ।

Share Now:

Kalinga News Beuro

Next Post

ବେପରୱା ଠିକାଦାରଙ୍କ ସୁରକ୍ଷାରେ କଟକ ପୌର ନିଗମ

Tue Jun 13 , 2023
ଲୋକଙ୍କ ଘର ଭାଙ୍ଗିଲେ ବି ପରୱା ନାହିଁ କଟକ: ବେପରୱା କାମରେ ଲୋକଙ୍କ ଘର ଭୁଶୁଡ଼ିଲେ ବି ଚିନ୍ତା ନାହିଁ। କଟକରେ ଠିକାଦାରଙ୍କୁ ସୁରକ୍ଷା ଦେବା ପାଇଁ କଟକ ପୌର ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପୁଲିସ, ପ୍ରଶାସନ ସମସ୍ତେ ଆଗଭର। ମଲାଚଣ୍ଡିଆ-ବାଦାମବାଡ଼ି ଡ୍ରେନ୍‌ ଖୋଳା ବେଳେ ଠିକାଦାରଙ୍କ ବେପରୱା କାମ ଯୋଗୁଁ ବାଦାମବାଡ଼ି ସୁମିତ୍ରା ପ୍ଲାଜା ପାଖରେ ଦୋକାନଘର ଓ ବାସଗୃହ ଭୁଶୁଡି ବିପଦସଙ୍କୁଳ ସ୍ଥିତିରେ ରହିଛି। […]
ବେପରୱା ଠିକାଦାରଙ୍କ ସୁରକ୍ଷାରେ ପୌର ନିଗମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial