ଛାପା ଓ ଟିଭି ମିଡିଆର ଡିଜିଟାଲ୍‌ ବିଭାଗକୁ ନିୟମ ବହିର୍ଭୂତ କରିପାରିବୁ ନାହିଁ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ପ୍ରକାଶ ଜାଭଡ଼େକର

ନୂଆଦିଲ୍ଲୀ: ‘ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ଇଣ୍ଟର୍‌ମିଡିଆରି ଗାଇଡ୍‌ଲାଇନ୍‌ସ୍‌ ଆଣ୍ଡ୍‌ ଡିଜିଟାଲ୍‌ ମିଡିଆ ଏଥିକ୍ସ୍‌ କୋଡ୍‌) ରୁଲ୍‌ସ୍‌, ୨୦୨୧’ରୁ ସେମାନଙ୍କର ‘ଡିଜିଟାଲ୍‌ ଶାଖାଗୁଡ଼ିକୁ (ବିଭାଗ) ଅନ୍ତର୍ଭୁକ୍ତ କରିବା ଲାଗି ପାରମ୍ପରିକ ଛାପା ଓ ଟେଲିଭିଜନ୍‌ ମିଡିଆ ସଂସ୍ଥାନମାନେ କରିଥିବା ଅନୁରୋଧକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି। ଜୁନ୍‌ ୧୦ ତାରିଖ ଶୁକ୍ରବାର ଦିନ ପ୍ରକାଶିତ ଆଦେଶନାମାରେ ମନ୍ତ୍ରାଳୟ କହିଛି କି, ପାରମ୍ପରିକ ଗଣମାଧ୍ୟମ ବା ମିଡିଆ ସାମ୍ପ୍ରତିକ ଆଇନ ଅନ୍ତର୍ଭୁକ୍ତ ହୋଇ ସାରିଥିବାରୁ ସେମାନଙ୍କର ‘ଡିଜିଟାଲ୍‌ ଆର୍ମ’ ସବୁକୁ ‘ଆଇଟି ରୁଲ୍‌ସ୍‌, ୨୦୨୧’ରୁ ବାଦ ଦେଇ ପାରିବୁ ନାହିଁ। ‘ଇଣ୍ଡିଆନ୍‌ ନିଉଜ୍‌ପେପର୍‌ ସୋସାଇଟି’ ଏବଂ ‘ନିଉଜ୍‌ ‌ବ୍ରଡ୍‌କାଷ୍ଟର୍ସ ଆସୋସିଏସନ୍‌’ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଅନୁରୋଧ କରି ଲେଖିଥିଲେ ଯେ, ପାରମ୍ପରିକ ଛାପା ଏବଂ ଟିଭି ନିଉଜ୍‌ ମିଡିଆ ଏବଂ ତା’ର ଡିଜିଟାଲ୍‌ ନିଉଜ୍‌ ପ୍ଲାଟ୍‌ଫର୍ମଗୁଡ଼ିକୁ ‘ସୂଚନା ଓ ପ୍ରସାରଣ ନିୟମ ୨୦୨୧’ରୁ ବାଦ ଦିଆଯାଉ। ସେମାନେ ଯୁକ୍ତି ବାଢ଼ିଥିଲେ କି, ପାରମ୍ପରିକ ଗଣମାଧ୍ୟମ କେତେଗୁଡ଼ିଏ ନିୟମ, ଆଇନ, ମାର୍ଗଦର୍ଶିକା ଏବଂ କୋଡ୍‌, ନିୟମାବଳୀ ଓ ରାୟଦ୍ବାରା ଯଥେଷ୍ଟ ଭାବେ ନିୟନ୍ତ୍ରିତ ହୋଇ ରହିଛି। ପ୍ରତ୍ୟୁତ୍ତରରେ ମନ୍ତ୍ରାଳୟ ଆଦେଶନାମାରେ ଉଲ୍ଲେଖ କରିଛି ଯେ, ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ସବୁ ‘କୋଡ୍‌ ଅଫ୍‌ ଏଥିକ୍ସ୍‌’ ଅନୁସରଣ କରିବା ଉଚିତ ବୋଲି ‘ସୂଚନା ଓ ପ୍ରସାରଣ ନିୟମ ୨୦୨୧’ ଚାହେଁ। ତେଣୁ, ଏହାଦ୍ବାରା ପାରମ୍ପରିକ ଛାପା ଏବଂ ଟିଭି ନିଉଜ୍‌ ମିଡିଆ ଉପରେ ଅଧିକ କିଛି ବୋଝ ଲଦି ହୋଇଯିବ ନାହିଁ।

Share Now:

Kalinga News Beuro

Next Post

ଅଶାନ୍ତ ବସ୍ତି, ଗଡ଼ୁଛି ମୁଣ୍ଡ : ଫେଲ ମାରିଛି ‘ବସ୍ତିକୁ ଚାଲ’ ଅଭିଯାନ

Sat Jun 12 , 2021
ନିଶା କାରବାର ଯୋଗୁଁ ବଢ଼ୁଛି ଅପରାଧ ଭୁବନେଶ୍ବର : ଜୁନ୍ ୨୦୧୫ । ହଠାତ୍ ଦିନେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ପାଲଟି ଯାଇଥିଲା ରଣକ୍ଷେତ୍ର। ନିଶା କାରବାର ପେଣ୍ଠରେ ଚଢ଼ଉ କରିବାକୁ ଯାଇ ନିଶା‌ ବେପାରୀଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲା ପୁଲିସ। ସାମ୍ନାକୁ ଆସିଥିଲା ଦୀର୍ଘ ଦିନ ଧରି ସେଠାରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିଥିବା ଲେଡି ଡନ୍ ଶୈଳ ରଣସିଂ ଓ ତା’ ପରିବାରଲୋକଙ୍କ କାରନାମା। […]
ଅଶାନ୍ତ ବସ୍ତି ଗଡ଼ୁଛି ମୁଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial