ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣରେ ୫ ଭାରତୀୟ ଆହତ

ଭାରତୀୟଙ୍କ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବାରୁ ୫ଜଣ ବ୍ୟକ୍ତି ଆହତ ହୋଇଥିବା କଥା ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ପତାକା ଧରିଥିବା ଦଳେ ଲୋକ ତ୍ରିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରି ୫ଜଣଙ୍କୁ ଆହତ କରିଛନ୍ତି। ଉକ୍ତ ଖଲିସ୍ତାନୀ ସମର୍ଥକମାନେ ତ୍ରିରଙ୍ଗ ପତାକାଧାରୀଙ୍କୁ ଛଡ଼ିରେ ଆକ୍ରମଣ କରୁଛନ୍ତି।
ଏହି ଆକ୍ରମଣ ଘଟଣା ଉପରେ ଗୁରୁତ୍ବାରୋପ କରି ‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା କହିଛନ୍ତି ଯେ, ଅସାମାଜିକ ତତ୍ତ୍ବଙ୍କୁ ନିର୍ମମ ଭାବେ ଦମନ କରାଯିବ। ଟୁଇଟ୍‌ କରି ସେ ଲେଖିଛନ୍ତି, ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରୁଛି। ଏଭଳି କାର୍ଯ୍ୟ କରି ଦେଶର ଶାନ୍ତି ଓ ସହାବସ୍ଥାନ ନଷ୍ଟ କରୁଥିବା ଅସାମାଜିକ ତତ୍ତ୍ବମାନଙ୍କୁ ନିର୍ମମ ଭାବେ ଦମନ କରାଯିବା ଆବଶ୍ୟକ ଏବଂ ଅପରାଧୀମାନଙ୍କୁ ଗିରଫ କରାଯିବା ଉଚିତ। ଭାରତୀୟମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଗଲାଣି। ଆକ୍ରମଣରେ ଆହତ ହୋଇଥିବା ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆରେ ୩ଟି ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାର ମାତ୍ର କେତେ ସପ୍ତାହ ପରେ ଉପରୋକ୍ତ ଘଟଣା ଘଟିଛି। ମେଲ୍‌ବର୍ଣ୍ଣରେ ଥିବା ୩ଟିଯାକ ହିନ୍ଦୁ ମନ୍ଦିର ପ୍ରାଚୀରକୁ ଖଲିସ୍ତାନ ସମର୍ଥିତ ଓ ଭାରତ ବିରୋଧୀ ସ୍ଲୋଗାନ୍‌ କଦାକାର କରାଯାଇଥିଲା।

Share Now:

Kalinga News Beuro

Next Post

ଜନ୍ମମାଟିରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଛୁଙ୍କ ଭିଡ଼

Mon Jan 30 , 2023
ଝାରସୁଗୁଡ଼ା: ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆରେ ନବ ଦାସଙ୍କ ଶେ‌ଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଛୁମାନଙ୍କ ଭିଡ଼ ଲାଗି ରହିଛି। ସେଠାରେ ନବଙ୍କ କନ୍ୟା ଓ ପୁଅ ବି ଉପସ୍ଥିତ ଅଛନ୍ତି। ଏହାଛଡ଼ା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକୁନି ସାହୁ, ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମେୟର ସୁବାସ ସିଂହଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। […]
ନବ ଦାସଙ୍କ ଶେ‌ଷ ଦର୍ଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial