ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ମୋଦୀ

ବନ୍ଦେ ଭାରତ ଟ୍ରେନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ରେଳ ଦେଶରେ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି ଏବଂ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମେ ୨୬ ରେ ପ୍ରଧାନମନ୍ତ୍ରୀ ୫ଟି ବନ୍ଦେ ଭାରତ ପତାକା ଉଦଘାଟନ କରିବେ। ଗୋଟିଏ ସ୍ଥାନରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ଅନ୍ୟ ୪ଟି ସ୍ଥାନରେ ଭର୍ଚୁଆଲ୍ ପତାକା ପ୍ରଦର୍ଶନ କରାଯିବ। ଏହି ୫ଟି ବନ୍ଦେ ଭାରତ ଟ୍ରେନ୍ ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର, ପାଟନା-ରାଞ୍ଚି, ବେଙ୍ଗାଲୁରୁ-ହୁବଲି ଏବଂ ଗୋଆ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ।
ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ଟି ବନ୍ଦେ ଭାରତ ଟ୍ରେନ୍ ସଫଳତାର ସହ ଚଳାଚଳ କରୁଛି। ବନ୍ଦେ ଭାରତ ଯେଉଁ ତିନୋଟି ପ୍ରମୁଖ ରାଜ୍ୟରେ କାମ କରୁନାହିଁ ତାହା ହେଉଛି ଗୋଆ, ଝାଡ଼ଖଣ୍ଡ ଓ ବିହାର। କିନ୍ତୁ ଆସନ୍ତା ୨୬ ପରେ ଏହି ତିନୋଟି ରାଜ୍ୟରେ ବନ୍ଦେ ଭାରତ ଚଳାଚଳ କରିବ। ସେପଟେ ଆସାମକୁ ଛାଡ଼ି ଦେଲେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅବଶିଷ୍ଟ ସମସ୍ତ ରାଜ୍ୟରେ ଏପର୍ଯ୍ୟନ୍ତ ଟ୍ରାକ୍ ବିଦ୍ୟୁତୀକରଣ ହୋଇପାରିନାହିଁ। ଏଣୁ ସେସବୁ ରାଜ୍ୟରେ ବନ୍ଦେଭାରତ ଚାଲିପାରି ନାହିଁ। କେବଳ ଆସମରେ ବନ୍ଦେ ଭାରତ ଚଳାଚଳ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଗୋଆ ବନ୍ଦେ ଭାରତର ଉଦଘାଟନ ଚଳିତ ମାସ ଆରମ୍ଭରେ ହେବାର ଥିଲା। କିନ୍ତୁ ଓଡ଼ିଶା ଟ୍ରେନ ଦୁର୍ଘଟଣା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

Share Now:

Kalinga News Beuro

Next Post

ନନ୍ଦନକାନନରେ ପହିଲି ରଜ : ବୁଲିଲେ ୧୨,୮୩୬ ପର୍ଯ୍ୟଟକ

Wed Jun 14 , 2023
ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ ପ୍ରାୟ ଅଧା କମ୍। ଗତ ବର୍ଷ ବିକ୍ରି ହୋଇଥିବା ୨୧୧୨୬ଖଣ୍ଡ ଟିକେଟରୁ ଜଣା ପଡିଛି। ଚଳିତ ବ‌ର୍ଷ ପହିଲି ରଜରେ ପର୍ଯଟକ ସଂଖ୍ୟା ହ୍ରାସ ଘଟିବା ପଛରେ […]
ନନ୍ଦନକାନନରେ ପହିଲି ରଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial