ଗାଜିପୁର ସୀମାରେ ତିଆରି ହେଲା ବିଶାଳ କଂକ୍ରିଟ୍ ପାଟେରୀ

ଗାଜିପୁର ସୀମାରେ ତିଆରି ହେଲା ବିଶାଳ କଂକ୍ରିଟ୍ ପାଟେରୀ

ନୂଆଦିଲ୍ଲୀ: ଆସନ୍ତା ୬ରେ ଦେଶବ୍ୟାପୀ ଚକାଜାମ୍‌ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି। କୌଣସି ଅଘଟଣକୁ ଲକ୍ଷ୍ୟ ରଖି ଦିଲ୍ଲୀ ଗାଜିପୁର ସୀମାରେ ପୋଲିସର କଡ଼ା ପହରା ଦେଉଛି। କଂକ୍ରିଟ ବ୍ୟାରିକେଡ୍ ୱାଲ ବିଚ୍ ରାସ୍ତାରେ ପକାଯାଇଛି। କଣ୍ଟା ଲାଗିଥିବା ପ୍ଲେଟ କଣ୍ଟା ତାର ବି ପୋଲିସ୍ ବିଛାଇଛି। ଦିଲ୍ଲୀ ଭିତରକୁ ଚାଷୀଙ୍କ ପ୍ରବେଶ ରୋକିବା ଲାଗି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଉତ୍ତରପ୍ରଦେଶ ପୋଲିସ ସୀମାକୁ ସିଲ କରିଛି। ସେହିପରି ଦିଲ୍ଲୀ-ହରିଆଣା ସିଙ୍ଘୁ ସୀମାରେ ହରିଆଣା ପୋଲିସ ପକ୍ଷରୁ ୪ ସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ସିମେଣ୍ଟ ବ୍ୟାରିକେଡ ମଝିରେ ଲୁହା ରଡ଼ ଲଗାଇ ହରିଆଣା ପୋଲିସ ବାଟ ବନ୍ଦ କରିଛି।

ସେହିପରି ହରିଆଣା ସୀମାର ଆଉ ଏକ ସ୍ଥାନରେ କଂକ୍ରିଟ ୱାଲ କରାଯାଇ ସୀମା ସିଲ କରାଯାଇଛି। ସେପଟେ ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ଚାଷୀ ସଂଗଠନ ଡାକରା ଦେଇଛନ୍ତି। ୬ ତାରିଖ ଅପରାହ୍ନରେ ଚାଷୀମାନେ ୩ ଘଣ୍ଟା ଲାଗି ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି କହିଛନ୍ତି। ଏହାକୁ ନେଇ ପୁଣି ଏକ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ଏବଂ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ଜାନୁଆରୀ ୨୬ରେ ଦିଲ୍ଲୀରେ କୃଷକଙ୍କ ଆତଙ୍କରାଜକୁ ରୋକିବାକୁ ଯାଇ ଦିଲ୍ଲୀ ପୋଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ସେହି ସପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଯୁକ୍ତି ବାଢିଛି।ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡି କହିଛନ୍ତି ଯେ, ସେଦିନ ଦିଲ୍ଲୀ ପୋଲିସ ଆଗରେ ଆଉ କୌଣସି ବିକଳ୍ପ ନଥିଲା। ଆନ୍ଦୋଳନରତ କୃଷକ ମାନେ ଯେଉଁଭଳି ଭାବେ ଦିଲ୍ଲୀରେ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଭିଆଉଥିଲେ, ତାହା ରୋକିବାକୁ ଦିଲ୍ଲୀ ପୋଲିସ ଚରମ ପଦକ୍ଷେପ ନେଇଥିଲା। ହିଂସା ନିୟନ୍ତ୍ରଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ, ପାଣି ମାଡ ଏବଂ ଲାଠିଚାର୍ଜ କରିବା ଯୁକ୍ତିଯୁକ୍ତ ଥିଲା। ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଘଟାଇ ଦିଲ୍ଲୀରେ ଜୋରଜବରଦସ୍ତ ପଶିବାକୁ ଉଦ୍ୟମ କରୁଥିବା ଚାଷୀ, ଦିଲ୍ଲୀ ପୋଲିସ ଆଗରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଛଡା ଆଉ କୌଣସି ବିକଳ୍ପ ରଖିନଥିଲେ ବୋଲି ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି। ସେପଟେ ଆନ୍ଦୋଳନ ଭିତରେ କେତେଜଣ କୃଷକ ପ୍ରାଣ ହରାଇଛନ୍ତି, ସେନେଇ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା ରାଜ୍ୟର ବିଷୟ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ବିଷ ବଳୟରେ ରାଜଧାନୀ : କୋଲ୍‌ଡ ଡ୍ରିଙ୍କ୍‌ସ ବି ନକଲି

Wed Feb 3 , 2021
ବ୍ରାଣ୍ଡେଡ୍‌ କମ୍ପାନିର ନାଁ ବଦଳାଇ ବିକୁଥିଲେ,ମାଲିକ ଅଟକ-କାରଖାନା ‘ଡିଫେନ୍ସ’ ସିଲ୍ ଭୁବନେଶ୍ୱର : ଅବିକଳ ବ୍ରାଣ୍ଡେଡ୍‌ କମ୍ପାନିର ଥଣ୍ଡା ପାନୀୟ ବୋତଲ ପରି ଦିଶୁଛି। ଏକା ପ୍ରକାରର ଡିଜାଇନ୍‌, ଖାଲି ନାଁ ସାମାନ୍ୟ ବଦଳାଇ ଦିଆଯାଇଛି। ଟିକିଏ ନିରେଖି ନ ଦେଖିଲେ ଯେ କେହି ଠକାମିର ଶିକାର ହୋଇଯିବ, ବ୍ରାଣ୍ଡେଡ୍‌ କମ୍ପାନିର କୋଲ୍‌ଡ ଡ୍ରିଙ୍କ୍‌ସ ଭାବି ପିଇଯିବ। ହେଲେ ଭିତରେ କିନ୍ତୁ ବିଷ। ନିୟମିତ ପିଇଲେ ହେବ ଅ‌‌ଲସର୍ ଓ […]
ବିଷ ବଳୟରେ ରାଜଧାନୀ-3

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial