ରକ୍ଷକ ସାଜୁଛି ଭକ୍ଷକ: ଟମକା ପୋଲିସର ବଟି ଆଦାୟକୁ ନେଇ ଚର୍ଚ୍ଚା

ପୋଲିସର ବଟି ଆଦାୟ

ଭିଡିଓ ଭାଇରାଲ, ହରଡ଼ଘଣାରେ ଏସ୍‌ଆଇ

ଯାଜପୁର/କାଳିଆପାଣି : ଜଣେ ଗାଡ଼ି ଡ୍ରାଇଭରଙ୍କୁ ୨ହଜାର ଟଙ୍କା ବଟି ମାଗିବା ସମୟର ଭିଡିଓ ଭାଇରାଲ ହେବା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଟମ୍‌କା ପୁଲିସ୍‌ର କାର୍ଯ୍ୟକଳାପ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ଓ କରୋନା କଟକଣା ଆଳରେ ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜ୍ ଜଣେ ଟ୍ରକ ଡ୍ରାଇଭର ଠାରୁ ୨ହଜାର ଟଙ୍କା ବଟି ମାଗିବା ଘଟଣା ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଏସ୍‌ଆଇ ଜଣକ କହୁଛନ୍ତି, ୨ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାତ୍ର ଟ୍ରକ ଡ୍ରାଇଭର ନେହୁରା ହୋଇ ତାର ମା’ ମରିଯାଇଛି, ସେ କିଛି ଖାଇ ନାହିଁ ବୋଲି କହୁଛନ୍ତି। ଏଥିସହ ବାଧ୍ୟ ହୋଇ କିଛି ଟଙ୍କା ଏସ୍‌ଆଇଙ୍କୁ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏସ୍ଆଇ ସୁରଜ ତୋର ମା’ ମରିଗଲା କ’ଣ ହେଲ‌ା ବୋଲି କହୁଥିବା ଭିଡିଓରେ ରହିଛି। ଏପରିକି, ଏସ୍‌ଆଇ ଜଣକ ସା‌ଦା ପୋଷାକରେ ପୁଲିସ ଗାଡ଼ିରେ ହାପ୍‌ପ୍ୟାଣ୍ଟ ପିନ୍ଧି ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ଏଭଳି ଅବସ୍ଥାରେ ଟ୍ରକ ଡ୍ରାଇଭର ସହିତ ମୂଲଚାଲ କରିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହି ଘଟଣାର ଭିଡିଓ ଭାଇରାଲା ହେବା ପରେ ତଦନ୍ତ ପାଇଁ ଏସ୍‌ପି ଚରଣସିଂ ମୀନା ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କୁ ଦାୟିତ୍ବ ଦେଇଥିବା ଜଣାପଡ଼ିଛି। ତେବେ ଥାନା ଅଧିକାରୀ ନିଜେ ସୁରଜଙ୍କୁ ପଠାଇଥିବା କହିଥିବାବେଳେ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

ନିଲାମରେ ବିଦ୍ୟା ବାଲାନଙ୍କ ଶ୍ରୀଗଣିତ ଶାଢ଼ି: ବିକ୍ରି ଅର୍ଥ ପାଇବେ ବୁଣାକାର ଭାଗବତ ମେହେର

Mon Aug 17 , 2020
ଭୁବନେଶ୍ବର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବ‌େଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିପାରିବେ। ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ […]
ବିଦ୍ୟା ବାଲାନ ପିନ୍ଧିଥିବା ଶ୍ରୀଗଣିତ ଶାଢ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial