ଟ୍ରେନ୍‌ ଡକାୟତ ଗ୍ୟାଙ୍ଗ୍‌ ଠାବ: ବିହାରୀ ମୁଖିଆ ସମେତ ୬ ଗିରଫ

ଟ୍ରେନ୍‌ ଡକାୟତ ଗ୍ୟାଙ୍ଗ୍‌ ଠାବ

ଭୁବନେଶ୍ବର : ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ଲୁଟ୍‌ କରୁଥିବା ଏକ କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ ଠାବ କରିଛି ଭୁବନେଶ୍ବର ରେଳବାଇ ପୁଲିସ। କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିରୁ ଗିରଫ ହୋଇଥିବା ଏହି ଗ୍ୟାଙ୍ଗ୍‌ର ୬ ସଦସ୍ୟ ହେଲେ, ବିହାର ପାଟନାର ବିଶାଲ କୁମାର, କୋରାପୁଟର ବାପୁନ୍‌ ସିସା, ମାଲକାନଗିରିର ଧରମାନନ୍ଦ ମାଦ୍ରି, କଟକର ଦୀନବନ୍ଧୁ ନାୟକ, ଗଂଜାମର ବସନ୍ତ ସାହୁ ଓ ସଂଜୟ ପ୍ରଧାନ। ସେମାନଙ୍କ ନିକଟରୁ ଖେଳଣା ବନ୍ଧୁକ, ୨ଟି ଛୁରି, ଲୁହାରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସମେତ ଲଙ୍କା ଗୁଣ୍ଡ ଜବତ କରାଯାଇଛି। ବିହାରୀ ଡକାୟତ ବିଶାଲ୍‌ ଏହି ଗ୍ୟାଙ୍ଗ୍‌ର ମୁଖିଆ ଓ ଜେଲ୍‌ରେ ଥିବା ବେଳେ ସେ ଅନ୍ୟମାନଙ୍କୁ ଏକାଠି କରି ଗ୍ୟାଙ୍ଗ୍‌ ଗଢ଼ିଥିବା ଜଣାପଡ଼ିଛି। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହି ଗ୍ୟାଙ୍ଗ୍‌ ଅପରେସନ୍ ଜାରି ରଖିଥିବା ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ରାତି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଏହି ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରିଥାଏ। ଯାତ୍ରୀ ହିସାବରେ ଟ୍ରେନ୍‌ରେ ଚଢ଼ି ବାଟରେ ଯାତ୍ରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରନ୍ତି ଓ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇ ପଡ଼ନ୍ତି। ପୁଲିସ ହାତରୁ ବର୍ତ୍ତିବା ପାଇଁ ଲଙ୍କାଗୁଣ୍ଡ ବ୍ୟବହାର କରୁଥିଲେ। ଗତ କିଛି ମାସ ହେଲା ବିଭିନ୍ନ ଟ୍ରେନ୍‌ରେ ହୋଇଥିବା ୧୦ରୁ ଅଧିକ ଡକାୟତି ରେଳବାଇ ପୁଲିସର ନିଦ ହଜାଇ ଦେଇଥିଲା। ତଦନ୍ତରୁ ଏସବୁ ବିଶାଲ ଗ୍ୟାଙ୍ଗ୍‌ କାମ ବୋଲି ଜଣାପଡ଼ିଥିଲା। କାରଣ ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟ ମିଳିଥିବା ଜାମିନ୍‌ରେ ଆସିଥିଲେ। ତେଣୁ ଭୁବନେଶ୍ବର ରେଳବାଇ ପୁଲିସ ଫାଳିକିଆ ବସ୍ତିରେ ରହୁଥିବା ଗଞ୍ଜାମର ସଂଜୟ ପ୍ରଧାନକୁ ପିଛା କରିବା ଆରମ୍ଭ କରିଥିଲା। ଗତ ବିଳମ୍ବିତ ରାତିରେ ଜିଆର୍‌ପି ଏସ୍‌ଆଇ ବିକାଶ ପଲାଇ ସମର୍ଥିତ ସୂତ୍ରରୁ ଖବର ପାଇ ଫାଳିକିଆ ବସ୍ତିରେ ଚଢ଼ଉ କରିଥିଲା। ଏହି ଗ୍ୟାଙ୍ଗ୍‌ ପୁଣି ଏକ ଡକାୟତି ଯୋଜନାରେ ଏହି ବସ୍ତିରେ ଡେରା ପକାଇଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଅପରପକ୍ଷରେ ଏହି ଗ୍ୟାଙ୍ଗ୍‌ର ଆହୁରି କିଛି ସଦସ୍ୟ ପୁଲିସ କବ୍‌ଜାକୁ ଆସି ପାରିନାହାନ୍ତି।

Share Now:

Kalinga News Beuro

Next Post

ମା’ଙ୍କ ଧରାବତରଣ ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ

Sun Oct 10 , 2021
ଘରେ ପହଞ୍ଚିବ ମା’ଙ୍କ ଖେଚୁଡ଼ି ଭୋଗ ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିଛି ଚକେଇସିଆଣି ଦୁର୍ଗାପୂଜା। ଏଠାରେ ମା’ଙ୍କ ପୂଜା ବିଧି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିଲେ ହେଁ କିଛି ସ୍ବତନ୍ତ୍ରତା ରହିଛି। ମହାଷ୍ଟମୀ ପୂଜାରେ ଅନ୍ୟ ପୂଜାମଣ୍ଡପ ଭଳି ଏଠାରେ ବି ମା’ଙ୍କ ପାଖରେ ପାଣିକଖାରୁ ବଳି ପଡ଼ିବା ବିଧି ରହିଛି। କିନ୍ତୁ ଏଠାରେ ଏହି ତିଥି ପୂଜାରେ ମା’ଙ୍କୁ ଡାଲା ଭୋଗ ଲାଗି ହେବା ଏକ ନିଆରା […]
ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial