ଦୁଇଛୁଆଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଲା ପିଶାଚ ବାପା : ଅଭିଯୋଗ କଲେ ମା’

୨ ଛୁଆଙ୍କୁ ବିକିଦେଲା ବାପା

ଭୁବନେଶ୍ବର: ୫ ହଜାର ଟଙ୍କାରେ ଛୁଆକୁ ବିକ୍ରି କରିଛି ବାପା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛୁଆଙ୍କର ମା। ଭୁବନେଶ୍ବରର ଛୁଆ ବିକ୍ରି ହେଲା ଭଦ୍ରକ ଧାମନଗରରେ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଇଶାନେଶ୍ଵର ବସ୍ତିର ଶେଖ ମୁସିବୁଲ ଦୁଇ ପୁଅ ଶେଖ ମୁସ୍ତାକ ଓ ଶେଖ ରୋହିତଙ୍କୁ ଧାମନଗରରେ ଜଣଙ୍କୁ ବିକ୍ରି କରିଦେଇଥିବା ଛୁଆଙ୍କ ମା ରୋଜି ରାଓ ଅଭିଯୋଗ କରିଛନ୍ତି। ବଡ ପୁଅ ଧାମନଗରରେ ଜଣଙ୍କ ଘରେ ଥିବା ଜାଣିବା ପରେ ସେଠି ପହଞ୍ଚି ପୁଅକୁ ଭେଟିଥିଲେ। କିନ୍ତୁ ଛୁଆ ବିକ୍ରି ସରିଛି, ଆଉ ଦେଇହେବ ନାହିଁ କହି ଫେରାଇଦେଲେ କ୍ରେତା। ପରବର୍ତ୍ତୀ ସମୟରେ ପୁଲିସ ସାହାଯ୍ୟରେ ସେହି ଘରେ ପହଞ୍ଚିଲାବେଳକୁ ରୋଜା ପାଇନଥିଲେ ତାଙ୍କ ପୁଅକୁ। ସାନ ପୁଅ ବି କୁଆଡେ ଯାଇଛି ସେ ଖବର କାହାରି ପାଖରେ ନାହିଁ। ଭୁବନେଶ୍ବର ଚାଇଲ୍ଡ ଲାଇନ ଇଶାନେଶ୍ଵର ବସ୍ତିରେ ଅଭିଯୋଗକାରୀ ମାଙ୍କ ସହ ଘଟଣା ସମ୍ପର୍କରେ ବୁଝିଛନ୍ତି। ଛୁଆ ବିକ୍ରି ଘଟଣାରେ ଚନ୍ଦ୍ରଶେଖରପୁର ଥାନାରେ ସ୍ବାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରୋଜି ରାଓ। ତେବେ ଏହା ପଛରେ ଶିଶୁ ଚାଲାଣ ରାକେଟ କାମ କରୁଥିବା ଚାଇଲ୍ଡ ଲାଇନ ସନ୍ଦେହ କରିଛି।

Share Now:

Kalinga News Beuro

Next Post

ବିପଦ ସଂକୁଳ ଅବସ୍ଥାରେ ବାଦାମବାଡ଼ି ସେସୁ କଲୋନିର ୧୪୫ କ୍ବାର୍ଟର୍ସ

Thu Jun 23 , 2022
କଟକ: କାନ୍ଥ ଫାଟି ଆଁ କରିଛି। କାନ୍ଥରେ ବଡ଼ ବଡ଼ ଗଛ ଉଠି ଅତ୍ୟନ୍ତ ବିପଦଶଙ୍କୁଳ ସ୍ଥିତି ସୃଷ୍ଟି କରିଛି। କାନ୍ଥର ସ୍ଥିତି ଏମିତି ଯେ ଠେଲି ଦେଲେ ହୁଏତ ପଡ଼ି ଯିବ। କିନ୍ତୁ ସେହି ଘର ଭିତରେ ରହୁଛନ୍ତି ଲୋକ। କ୍ବାର୍ଟର ଅଞ୍ଚଳ ଚାରିପଟେ ଏଭଳି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି ଯେ ଜୀବଯନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏଭଳି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ସେଥିରେ […]
ଭୁଶୁଡ଼ି ପଡ଼ିବ ଘର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial