ଗଞ୍ଜେଇ ଚାଲାଣ ମାମଲାରେ ଦୁଇଜଣଙ୍କୁ ୧୦ ବର୍ଷ ଜେଲଦଣ୍ଡ, ୨ ଲକ୍ଷ ଜରିମାନା

ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ମାମଲା

ଧର୍ମଗଡ଼: ଗଞ୍ଜେଇ ଚୋରାଚାଲାଣ ମାମଲାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଦୌରାଜଜ ବନ୍ଦନା କର ଦୁଇ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜଣପିଛା ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଜେଲ ବୋଲି ଜଜ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀର ଜଣାଯାଇଛି ଯେ, ୨୦୨୨ ମସିହା ଜାନୁଆରି ୨୬ ତାରିଖରେ ଏକ ୟୁପି ନମ୍ବର ବସର ଡିକିରେ ୭୬୮ କିଲୋ ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଜୁନାଗଡ ପୁଲିସ ସନ୍ଦେହରେ ବସ୍‌କୁ ଅଟକ ରଖିଥିଲା। ତେବେ ବସ୍‌କୁ ଯାଞ୍ଚ କରିବା ବେଳେ ଏଥିରେ ୭୬୮ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିଲା। ତଦନ୍ତ ସମୟରେ ଏହା ପଡୋଶୀ ଜିଲ୍ଲା ନବରଙ୍ଗପୁରରୁ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ପୁଲିସ ଜାଣିପାରିଥିଲା। ଏ ନେଇ ଜୁନାଗଡ଼ ପୁଲିସ ଏକ ମାମଲା ରୁଜୁକରି ଚୋରା ଗଞ୍ଜେଇ ଜବତ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା।
ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତ୍ତୀ ଓ ନକୂଳ ପ୍ରଧାନକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜଣପିଛା ଏକଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି : ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି

Thu Apr 20 , 2023
ଭୁବନେଶ୍ବର: ଆଜି ଓଡ଼ିଶା ଜଳିଛି। ସକାଳ ୭ଟାରୁ ଅପରାହ୍‌ଣ ଯାଏଁ ପ୍ରବଳ ଖରା ଓ ଗରମରେ ଓଡ଼ିଶାବାସୀ ସିଝିଛନ୍ତି। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି। ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ଦ୍ବିତୀୟ ସହର ଭାବେ ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜି […]
ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial