ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି : ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି

ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି

ଭୁବନେଶ୍ବର: ଆଜି ଓଡ଼ିଶା ଜଳିଛି। ସକାଳ ୭ଟାରୁ ଅପରାହ୍‌ଣ ଯାଏଁ ପ୍ରବଳ ଖରା ଓ ଗରମରେ ଓଡ଼ିଶାବାସୀ ସିଝିଛନ୍ତି। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି। ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ଦ୍ବିତୀୟ ସହର ଭାବେ ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୮ ଡ଼ିଗ୍ରି,ଭୁବନେଶ୍ୱର: ୪୨.୬ ଡ଼ିଗ୍ରି,ଚାନ୍ଦବାଲି: ୪୧.୨ ଡ଼ିଗ୍ରି,ସମ୍ବଲପୁର: ୪୧.୨ ଡ଼ିଗ୍ରି,କେନ୍ଦୁଝର:୪୦.୬ ଡ଼ିଗ୍ରି,ହୀରାକୁଦ: ୪୦.୪ ଡ଼ିଗ୍ରି,ବାଲେଶ୍ୱର: ୩୯.୦ ଡ଼ିଗ୍ରି,ପୁରୀ: ୩୩.୦ ଡ଼ିଗ୍ରି,ଗୋପାଳପୁର:୩୩.୦ ଡ଼ିଗ୍ରି,ପାରାଦୀପ:୩୨.୦ ଡ଼ିଗ୍ରି
ଅନ୍ୟପଟରେ ଆଗାମୀ ୩୬ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ଏଥି ସହିତ ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧରେ ମଧ୍ୟ ହିଟ ୱେଭ ସ୍ଥିତି ରହିଛି।

Share Now:

Kalinga News Beuro

Next Post

କେବେ ସରିବ ଜଗତପୁର ଗୋଲେଇଛକ ସୌନ୍ଦର୍ଯ୍ୟୀକରଣ..?

Thu Apr 20 , 2023
୪ ମାସର କାମ, ଦେଢ଼ବର୍ଷ ପରେ ମାତ୍ର ୨୦ ପ୍ରତିଶତ କଟକ: ଜଗତପୁର ଗୋଲେଇ ଛକ ସୌନ୍ଦର୍ଯ୍ୟକରଣ କାମ କଚ୍ଛପ ଗତିରେ ଚଲିଛି। ୪ ମାସରେ ଶେଷ ହେବାକୁ ଥିବା କାମ ଦେଢ଼ବର୍ଷରେ ମାତ୍ର ୨୦ ପ୍ରତିଶତ ଶେଷ ହୋଇଛି। କାମ ପାଇଁ ୨୦୨୧ରେ ଟେଣ୍ଡର୍‌ କରାଯାଇ ୱାର୍କ୍‌ଅର୍ଡର୍‌ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ବି ମାତ୍ର ୨୦ ପ୍ରତିଶତ କାମ ହୋଇଛି। ନିଗମ କର୍ତ୍ତୃପକ୍ଷ […]
ଜଗତପୁର ଗୋଲେଇଛକ ସୌନ୍ଦର୍ଯ୍ୟୀକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial