୨ଟି କଲରାପତରିଆ ବାଘର ଛାଲ ଜବତ : ୨ ଅଭିଯୁକ୍ତ ଗିରଫ

୨ଟି କଲରାପତରିଆ ବାଘର ଛାଲ ଜବତ

ରାୟଗଡା: ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଞ୍ଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚାନ୍ଦିଲି ଥାନା ଅଞ୍ଚଳର ତାମ୍ପରବିଦୁନି ଛକ ନିକଟରେ ବାଘ ଛାଲର ବେପାର ଚାଲିଥିବା ବେଳେ ଏସଟିଏଫ ଟମି ମାଡିବସିଥିଲା। ଏହି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଞ୍ଚଳର ବିକ୍ରମ ମାଝି ଏବଂ ରାଜା ମାଝି। ଦୁଇ ଜଣକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ପ୍ରକାଶ ଥାଉକି ରାୟଗଡାରୁ ଗତ ଚାରି ମାସ ତଳେ ପୁଲିସ ତରଫରୁ ବାଘ ଛାଲ ଜବତ କରାଯାଇଥିଲା। ଜିଲ୍ଲାରେ କଲରାପତରିଆ ବାଘ ରହିଥିବା ବେଳେ ଶିକାରଙ୍କ ଲୋଲୁପ ଦୃଷ୍ଟି ଏବେ ଏମାନଙ୍କ ଉଉପରେ ପଡିଛି। ବନ ବିଭାଗର ଖାମଖିଆଲି ଏବଂ ଜଙ୍ଗଲୀ ଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି। ଦୁଇ ଜଣ ଆସାମୀକୁ ଗିରଫ କରିବା ପରେ ୩୭୯,୪୧୧,୧୨୦(ବି) ଆପିସି ଧାରାରେ କେଶ ରୁଜୁ କରାଯାଇ ଆଜି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜବତ କରାଯାଇଥିବା ବାଘ ଛାଲକୁ ଡେରାଡୁନର ଡବ୍ଲୁଆଇଆଇର ନିର୍ଦେଶଙ୍କ ନିକଟକୁ ତଦନ୍ତ ପାଇଁ ପଠାଯାଇଥିବା କୁହାଯାଇଛି।

Share Now:

Kalinga News Beuro

Next Post

କୁମ୍ଭୀରର ଆଖିପତାକୁ କାମୁଡ଼ି ବଞ୍ଚିଗଲେ କୃଷକ

Thu Nov 9 , 2023
ନୂଆଦିଲ୍ଲୀ: ଗୋଟାଏ ଲୁଣିପାଣି କୁମ୍ଭୀରର ଆଖିପତାକୁ କାମୁଡ଼ି ଅଷ୍ଟ୍ରେଲିଆର ଜଣେ କୃଷକ ନିଜ ଜୀବନ ରକ୍ଷା କରିଥିବା କଥା ‘ବିବିସି’ ରିପୋର୍ଟ କରିଛି। ‘ବିବିସି’ ରିପୋର୍ଟରେ ଉଲ୍ଲେଖ ଅଛି, ଗତମାସରେ ୬୦ ବର୍ଷରୁ ଅଧିକ ବୟସ୍କ ଗୋରୁଚାଷୀ କଲିନ୍‌ ଡିଭେରକ୍ସ ଉତ୍ତରାଞ୍ଚଳରେ ଥିବା ଫିନିସ୍‌ ନଦୀ କୂଳରେ ବାଡ଼ ପୋତିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ପାଣି ଶୁଖି ଆସୁଥିବା ଗୋଟାଏ ଜଳାଶୟ ଭିତରେ ପଶି ଯିବା ବେଳେ […]
କୁମ୍ଭୀରକୁ କାମୁଡ଼ି ବଞ୍ଚିଗଲେ କୃଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial