ଶିଳ୍ପୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ଦାୟୀ କଲେ ବାପଘର ଲୋକ

ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ଦାୟୀ

କଟକ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାବତ ମା ଶିଳ୍ପୀ ଖୁଣ୍ଟିଆ ୨ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ। ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା। ତେବେ ଆଜି ଦୀର୍ଘ ସମୟ ଧରି କବାଟ ବନ୍ଦ ରହିଥିଲା। କବାଟ ଭାଙ୍ଗିବା ପରେ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସାବତ ପୁଅ ପ୍ରାୟ ଦୁଇ ବର୍ଷର ହେବ ଏବଂ ତାର ବେକରେ ଗଭୀର କ୍ଷତ ରହିଥିଲା। ମହିଳା ଜଣକ ନିଜ ଚୁନିରେ ଝୁଲି ପଡ଼ିଥିଲେ। ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ବିଶେଷକରି କେଉଁ ପରିସ୍ଥିତିରେ ମହିଳା ଜଣକ ନିଜର ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ତାହାର ତଦନ୍ତ କରୁଛି। ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ ପରିବାର ଲୋକ ଝିଅର ମୃତ୍ୟୁ ପାଇଁ ସ୍ୱାମୀ ଏବଂ ତାଙ୍କର ଶାଶୂଘର ଲୋକଙ୍କୁ ଦାୟୀ କରିଛନ୍ତି।

Share Now:

Kalinga News Beuro

Next Post

ଡାକୋଟା ବିଜୁବାବୁଙ୍କ ଜନ୍ମମାଟି କ‌ଟକରେ ରହୁ

Mon Jan 16 , 2023
କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ। ଏଇ ମାଟି ତାଙ୍କୁ ସାହାସୀ ପାଇଲଟ୍ କରିଥିଲା। ଦ୍ଵିତୀୟ ବିଶ୍ବଯୁଦ୍ଧ ପରେ କୋଲକାତାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଡାକୋଟାକୁ ବିଜୁ ବାବୁ ହିଁ ଜୀବଦାନ ଦେଇଥିଲେ। ବିଜୁଙ୍କ ପ୍ରିୟ ଡାକୋଟା ବିମାନ ହିଁ ତାଙ୍କୁ ଇଣ୍ଡୋନେସିଆ ଅଭିଯାନରେ ଅଦ୍ଭୁତପୂର୍ଣ୍ଣ ସଫଳତା ଦେଇଥିଲେ। ଡାକୋଟାରେ ‌ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ପରିବାରକୁ ଡଚ୍‌ମାନଙ୍କ କବଳରୁ ରକ୍ଷା କରି ଇତିହାସ ସୃଷ୍ଟି କରିଥିଲେ […]
ଡାକୋଟା ବିଜୁବାବୁଙ୍କ ଜନ୍ମମାଟି କ‌ଟକରେ ରହୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial