ଲଜ୍ଜା! କେରଳରେ ୧୭ ବର୍ଷୀୟା ନାବାଳିକା ୪୪ ଜଣଙ୍କ ଦ୍ୱାରା ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର

କେରଳରେ ୧୭ ବର୍ଷୀୟା ନାବାଳିକା ୪୪ ଜଣଙ୍କ ଦ୍ୱାରା ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର

ମାଲାପୁରମ୍‌ (କେରଳ): ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ଭାବେ ପରିଚିତ କେରଳରେ ଘଟିଯାଇଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା। ମାଲାପୁରମ୍‌ ଜିଲ୍ଲାର ପାଣ୍ଡିକ୍କାଡ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି ୪୪ ଜଣ ଅଭିଯୁକ୍ତ। ସଂପ୍ରତି ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ ପୁଲିସ୍‌ ୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୩୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛ। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ପାଣ୍ଡିକ୍କାଡ ପୁଲିସ କହିଛି। ମାଲାପୁରମର ଡେପୁଟି ପୁଲିସ୍‌ ଅଧୀକ୍ଷକ ପିପି ଶ୍ୟାମ କହିଛନ୍ତି ଯେ ପୀଡିତା ଜଣକ ୨୦୧୬ରେ ୧୩ ବର୍ଷ ବୟସର ହୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଅନ୍ୟପକ୍ଷରେ ପୀଡିତା ଜଣକ ସିଆରପିସିର ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଇଥିବା ନିଜର ଜମାନବନ୍ଦୀରେ କହିଛନ୍ତି ଯେ ୨୦୧୬ରେ ସେ ନିର୍ବାଣ ଆଶ୍ରୟ ଗୃହରେ ଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଉଥିଲେ। ପରେ ଅଭିଯୁକ୍ତମାନଙ୍କର ଯୌନ ଉତ୍ପୀଡ଼ନରେ ଅତିଷ୍ଟ ହୋଇ ସେ ଆଶ୍ରୟ ଗୃହ ଛାଡ଼ି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଚାଲି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ତାଙ୍କର ପିଛା ଛାଡ଼ି ନଥିଲେ। ଶେଷରେ ଅନ୍ୟଉପାୟ ନ ପାଇ ହୋଇ ସଂପୃକ୍ତ ଅଭିଯୁକ୍ତମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଆଇନର ଆଶ୍ରୟ ନେଇଥିବା ପୀଡ଼ିତା ଜଣକ ତାଙ୍କ ବିବୃତିରେ କହିଛନ୍ତି। ଅନ୍ୟପକ୍ଷରେ ଶିଶୁ କଲ୍ୟାଣ ସମିତିର ସଦସ୍ୟ ଶାଜେଶ ବାସ୍କର କହିଛନ୍ତି ଯେ ସେମାନେ ଏହି ମାମଲାରେ ପୁଲିସର ତଦନ୍ତ ଉପରେ ନଜର ରଖିଛନ୍ତି। ଏକ ନିର୍ଦ୍ଦିିଷ୍ଟ ଅଞ୍ଚଳର ଅନେକ ଲୋକ ଏହି ମାମଲାରେ ଜଡିତ ଅଛନ୍ତି। ଆମେ ସନ୍ଦେହ କରୁଛୁ ଯେ ଏହା ପଛରେ କୌଣସି ବ୍ୟକ୍ତିଗତ ପ୍ରତିଶୋଧ କିମ୍ବା ନ୍ୟସ୍ତ ସ୍ୱାର୍ଥ ରହିଛି। ବର୍ତ୍ତମାନ ପୀଡ଼ିତା ଜଣକ ଆମର ସୁରକ୍ଷାରେ ଅଛି। କେହି ତାଙ୍କୁ ପ୍ରଭାବିତ କିମ୍ବା ଧମକ ଦେଇ ପାରିବେ ନାହିଁ। ପରବର୍ତ୍ତୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ଆଇନ ଅନୁଯାୟୀ ହେବ। ଆମେ ମଧ୍ୟ ପୁଲିସର ତଦନ୍ତ ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଅସମୟରେ ଅସ୍ତମିତ ହେଲେ ରବି

Wed Jan 20 , 2021
କଳାଜଗତ ହରାଇଲା ଏକ ବର୍ଷିୟାନ୍ କଳାକାର ଭୁବନେଶ୍ବର: ନୂଆବର୍ଷରେ ଜଣେ କୃତବିଦ୍ୟ କଳାକାରଙ୍କୁ ହରାଇଲା ଓଡ଼ିଶା। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବେ ଶୋକରେ ଛାୟା। କେବେ ହାସ୍ୟ ଅଭିନେତା ତ ଆଉ କେବେ ପାର୍ଶ୍ବ ଅଭିନେତା, ଏମିତି ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତା ରବି ମିଶ୍ର ଏବେ ଅସ୍ତମିତ। ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି। ୬୪ […]
ରବି ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial