ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ଭରତପୁର ଥାନା ଅଧୀନରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ମାଲିଙ୍ଗାକୁ ଗିରଫ କରିଛି ପୁଲିସ। ମାସେ ପରେ ବନ୍ଧା ହୋଇଛି ମାଲିଙ୍ଗା। ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ହୋଟେଲ ଭିତରେ ପଶି ମାଲିଙ୍ଗା ଓ ତାର ସହଯୋଗୀମାନେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ, ଅର୍ଦ୍ଧନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ସେମାନେ ହାତରେ ହକିଷ୍ଟିକ ଷ୍ଟମ୍ପ ଓ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା ସହ ସିସିଟିଭିର ହାର୍ଡଡିସ୍କ ନେଇ ଫେରାର ହୋଇଯାଇଥିଲେ।

Share Now:

Kalinga News Beuro

Next Post

ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର : ସବୁପ୍ରକାର କଠିନ ଜଳବାୟୁରେ କାମ କରିପାରିବ

Mon Nov 27 , 2023
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିପାରେ। ଏହି ଚୁକ୍ତି ୪୫ ହଜାର କୋଟି ଟଙ୍କାର ହେବ। ୧୫୬ଟି ମଧ୍ୟରୁ ସେନାକୁ ୯୦ଟି ହେଲିକପ୍ଟର ଓ ବାୟୁସେନାକୁ ୬୬ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial