ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ : ଶାହବାଜ ସରିଫ୍

ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧ

ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭା​ଳି ପାରିବେ ନାହିଁ। ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ, ଆକ୍ରମଣ କରିବାକୁ ନୁହେଁ। ତାଙ୍କ ସେନା ଉପରେ ଅର୍ଥ ଖର୍ଚ୍ଚ କରୁଛି କେବଳ ନିଜ ସୀମାର ରକ୍ଷା କରିବା ନିମନ୍ତେ। ଗତ ଦୁଇ ଦିନ ମଧ୍ୟରେ ୨ୟ ଥର ପାଇଁ ସେ ଭାରତ ସହିତ ଶାନ୍ତି ପାଇଁ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ପାଇଁ କଶ୍ମୀର ସମସ୍ୟାର ସମାଧାନ ଆବଶ୍ୟକ। ପୁଣି ଜାତିସଂଘ ନିୟମ ଓ କଶ୍ମରବାସୀଙ୍କ ସହମତିରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ, ସେପରି ନହେଲେ ଆଉ କୌଣସି ଉପାୟ ଦ୍ବାରା ସମାଧାନ ହେବ ନାହିଁ। ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହ ସ୍ଥାୟୀ ଶାନ୍ତି ଚାହୁଁଛି। କାରଣ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏକ ବିକଳ୍ପ ନୁହେଁ। ଉଭୟ ଦେଶ ଅର୍ଥନୀତି, ବାଣିଜ୍ୟ ଓ ଲୋକଙ୍କ ଅବସ୍ଥାରେ ସୁଧାର ଆଣିବାକୁ ପ୍ରତିଦ୍ବନ୍ଦିତା କରିବା ଆବଶ୍ୟକ। ଗତକାଲି ସେ କହିଥିଲେ, ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛି, ଯାହାକି ସମାନତା, ନ୍ୟାୟ, ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ।

Share Now:

Kalinga News Beuro

Next Post

ଭାରତୀୟ ସେନାରେ ମହିଳା ଅଗ୍ନିବୀର ଭର୍ତ୍ତି ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ

Sat Aug 20 , 2022
ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ସେନାରେ ସାମିଲ୍‌ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ମହିଳା ଆଶାୟୀ ଭାରତୀୟ ସେନା ରାଲିରେ ଭାଗ ନେବା ପାଇଁ ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in ରେ ଯାଇ ଆବେଦନ ଫର୍ମ ଭରିପାରିବେ। ସେନାରେ ଯେଉଁ ମହିଳା […]
ଭାରତୀୟ ସେନାରେ ମହିଳା ଅଗ୍ନିବୀର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial